ବ୍ରଣ ହେଉଥିଲେ, ଏପରି କରନ୍ତୁ
ବ୍ରଣ ହେଉଥିଲେ, ଏପରି କରନ୍ତୁ
ଭୁବନେଶ୍ୱର: ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । କିନ୍ତୁ ମୁଖରେ ବ୍ରଣ ସମସ୍ୟା ଉପୁଜିଲେ ସମସ୍ତ ସୁନ୍ଦରତା ଯେପରି ଫିକା ପଡ଼ିଯାଏ । ତେବେ ଏହି ବ୍ରଣ ପାଇଁ ଅନେକ ଡିପ୍ରେସନକୁ ମଧ୍ୟ ଚାଲି ଯାଆନ୍ତି । ଯଦି ଆପଣ ମଧ୍ୟ ଏହି ବ୍ରଣ ସମସ୍ୟା ପାଇଁ ଚିନ୍ତିତ ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ...
- ବ୍ରଣ ହୋଇଥିଲେ, ହାତ ଲଗାନ୍ତୁନ୍ତି । ହାତ ଲଗାଇଲେ ଦାଗ ହୋଇପାରେ ।
- ବ୍ରଣ ଉପରେ ବରଫ ବାରମ୍ବାର ଲଗାନ୍ତୁ । ବ୍ରଣକୁ ଶୀଘ୍ର ଦବାଇବାକୁ ଚାହୁଁଥିଲେ, ଦିନରେ ଅତିିକମ୍ରେ ୩୦-୪୦ଥର ବରଫର ଉପଚାର କରିଲେ ଲାଭ ମିଳେ ।
- ଲେମ୍ବୁରସର ଚମତ୍କାରୀ ତତ୍ତ୍ୱ ମଧ୍ୟ ବ୍ରଣରୁ ରକ୍ଷା କରେ । ଲେମ୍ବୁ ରସ ଲଗାଇ ୧୦ମିନିଟ୍ ପରେ ତ୍ୱଚା ଧୋଇନେବେ ।
- ମହୁକୁ ତ୍ୱଚାରେ ଲଗାଇ ନଖ ଉଷୁମ ପାଣିରେ ୨୦ ମିନିଟ୍ ପରେ ଧୋଇନିଅନ୍ତୁ ।
- ନିୟମିତ ତୁଳସୀ ପତ୍ର ଗୁଣ୍ଡ ୧ଚାମଚ ଓ ମହୁ ମିଶାଇ ପ୍ୟାକ୍ ଭଳି ତ୍ୱଚାରେ ଲଗାଇବେ । ବ୍ରଣ ଓ ଦାଗ ଉଭୟ ଦୂରେଇଯିବ ।
- ଘି- କୁଆଁରୀ ରସରେ ଗୋଲାପ ଜଳ ମିଶାଇ ତ୍ୱଚା ଉପରେ ଲଗାଇଲେ ଭଲ ପ୍ରଭାବ ମିଳେ । ସପ୍ତାହରେ ୨-୩ଥର ଏଇ ରସକୁ ଲଗାଇଲେ ବ୍ରଣ କମ୍ ହୁଏ ।




admin 