‘ପଦ୍ମ’ ଧରିଲେ ‘ରାମ’

‘ପଦ୍ମ’ ଧରିଲେ ‘ରାମ’

‘ପଦ୍ମ’ ଧରିଲେ ‘ରାମ’
ନୂଆଦିଲ୍ଲୀ : ସମ୍ପ୍ରତି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପ୍ରକି୍ରୟା ଜୋର ଧରିଥିବା ବେଳେ ଅଶୀ ଦଶକରେ ଦୂରଦର୍ଶନରେ ପ୍ରସାରିତ ଲୋକପି୍ରୟ ଧାରାବାହିକ ‘ରାମାୟଣ’ର ଶ୍ରୀରାମ’ ଅରୁଣ ଗୋଭିଲ ବିଜେପିରେ ଯୋଗ ଦେଇଛନ୍ତି । ବରିଷ୍ଠ ନେତାମାନେ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ନିର୍ବାଚନ ପ୍ରଚାରରେ ବିଜେପି ଗୋଭିଲଙ୍କୁ ଉପଯୋଗ କରିବ ବୋଲି ସୂଚନା ମିଳିଛି । ବିଜେପିରେ ସାମିଲ ହେବା ପୂର୍ବରୁ ୬୩ ବର୍ଷୀୟ ଗୋଭିଲ ନିଜ ଟ୍ୱିଟରରେ ଲେଖିଥିଲେ ଯେ ‘ସମସତି ବଡ଼ ଭୁଲ ପଛରେ ଅହଙ୍କାର ହିଁ ମୂଳ କାରଣ’ । ସୂଚନା ଯୋଗ୍ୟ ଯେ ରାମାୟଣରେ ସୀତା ଭୂମିକା ନିଭାଇଥିବା ଦୀପିକା ଚିଖଲିଆ ୧୯୯୧ ରେ ବିଜେପି ନିକଟରେ ବରୋଦାରୁ ଲୋକସଭାକୁ ବିଜୟୀ ହୋଇଥିଲେ । ସେହିଭଳି ଅନ୍ୟତମ ଲୋକପି୍ରୟ ଧାରାବାହିକ ‘ମହାଭାରତ’ର ଦ୍ରୌପଦୀ ରୁପା ଗାଙ୍ଗୁଲି ବିଜେପିରେ ଯୋଗ ଦେବା ପରେ ସମ୍ପ୍ରତି ରାଜ୍ୟସଭାର ମନୋନୀତ ସଦସ୍ୟା ଅଛନ୍ତି ।