୩୦୦ କୋଟିର ସମ୍ପତ୍ତିକୁ ୫୫ ଲକ୍ଷ ଟଙ୍କାରେ କିଣି ଫସିଲେ ନୱାବ୍
୩୦୦ କୋଟିର ସମ୍ପତ୍ତିକୁ ୫୫ ଲକ୍ଷ ଟଙ୍କାରେ କିଣି ଫସିଲେ ନୱାବ୍

ମୁମ୍ବାଇ: ୮ ଘଣ୍ଟାର ଘନ ଘନ ଜେରା ପରେ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ୍ ମଲିକଙ୍କୁ ଗତକାଲି ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ୩ ମାର୍ଚ୍ଚ ଯାଏଁ ଇଡିର ରିମାଣ୍ଡରେ ରହିବେ। ୩୦୦ ଟଙ୍କାର ସମ୍ପତ୍ତିକୁ ୫୫ ଲକ୍ଷ ଟଙ୍କାରେ କିଣିଥିବା ହଭିଯୋଗରେ ନୱାବ୍ ଫସିଥିବା କୁହାଯାଉଛି। ସେହିପରି ନୱାବଙ୍କ ସମେତ ଡି ଗ୍ୟାଙ୍ଗ (ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଗ୍ୟାଙ୍ଗ) ଏବଂ ଦାଉଦର ଭଉଣୀ ହସିନା ପାରକର ମଧ୍ୟ ସାମିଲ ଥିବା କୁହାଯାଉଛି। ଭଚ୍ଚ
ଇଡିର କହିବା ମୁତାବକ, ନୱାବ ୩୦୦ କୋଟି ଟଙ୍କାର ସମ୍ପତ୍ତିକୁ ୫୫ ଲକ୍ଷ ଟଙ୍କାରେ ହଡପ କରିନେଇଛନ୍ତି। ମୁନିରା ପ୍ଲମ୍ବର ନାମକ ଜଣେ ମହିଳାଙ୍କ ୩୦୦ କୋଟି ଟଙ୍କାର ସମ୍ପତ୍ତିକୁ ନୱାବ ଡି-ଗ୍ୟାଙ୍ଗ ଜରିଆରେ ହଡପ କରିନେଇଥିବା ଅଭିଯୋଗ ହୋଇଛି। ଏହି ସମ୍ପତ୍ତିକୁ ହଡପ କରିବା ପାଇଁ ସଲିଡସ୍ ଇନ୍ଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ବ୍ୟବହାର କରାଯାଇଛି। ଏ କମ୍ପାନୀର ମାଲିକନା ନୱାବ ମଲିକଙ୍କ ପରିବାର ପାଖରେ ଥିଲେ ସୁଦ୍ଧା ଦାଉଦଙ୍କ ଭଉଣୀ ହସିନା ପାର୍କର ସମେତ ଡି-ଗ୍ୟାଙ୍ଗର ଅନେକ ସଦସ୍ୟ ଏହାକୁ କଣ୍ଟ୍ରୋଲ କରୁଥିଲେ।
ଇଡି ଦେଇଥିବା ବୟାନ ଅନୁଯାୟୀ ମୁନିରା ପ୍ଲମ୍ବର କହିଥିଲେ ମୁମ୍ବାଇର କୁର୍ଲାରେ ତାଙ୍କର ପାଖାପାଖି ୩ ଏକରର ପ୍ଲଟ ଥିଲା। ତେବେ ତାଙ୍କର ଏହି ପ୍ରପର୍ଟିକୁ ଡି-ଗ୍ୟାଙ୍ଗର ସଦସ୍ୟ ସଲିମ ପଟେଲ କୌଣସି ଥାର୍ଡ ପାର୍ଟିକୁ ବିକ୍ରି କରିଦେଇଥିବା ନେଇ ସେ ଜାଣିନଥିଲେ। ୨୦୦୩ ଜୁଲାଇ ୧୮ ପରଠାରୁ ଏହି ସମ୍ପତ୍ତିକୁ ଭଡା ଦିଆଯିବା ନେଇ କୌଣସି ଚୁକ୍ତି ହୋଇନଥିଲା କି ସେ ନିଜ ସମ୍ପତ୍ତିକୁ ବିକ୍ରି କରିନଥିଲେ। ତେବେ ଏହି ସମ୍ପତ୍ତିକୁ କବ୍ଜା କରିଥିବା ଲୋକଙ୍କୁ ସେଠାରୁ ହଟାଇବା ପାଇଁ ସଲମିଙ୍କୁ ମୁନିରାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇଥିଲେ, କିନ୍ତୁ ସେ ସଲିମଙ୍କୁ କେବେବି ସମ୍ପତ୍ତିକୁ ବିକ୍ରି କରିବା ପାଇଁ କହିନଥିଲେ।
ମିଳିଥିବା ସୂଚନା ମୁତାବକ, ସଲିମ ବେଆଇନ୍ ରୂପେ ଏହି ସମ୍ପତ୍ତିକୁ କୌଣସି ଜଣେ ଥାର୍ଡ ପାର୍ଟିକୁ ବିକ୍ରି କରିଦେଇଥିଲ ଏନେଇ ମୁନିରା ନିଜ ବୟାନରେ କହିଛନ୍ତି। ସଲିମଙ୍କ ସମ୍ପର୍କ ଡି-ଗ୍ୟାଙ୍ଗ ସହ ଥିବା ଜାଣିବା ପରେ ମୁନିରା ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିନଥିଲେ। ୨୦୨୧ରେ ତାଙ୍କ ସମ୍ପତ୍ତି ବିକ୍ରି ହୋଇଯାଇଥିବା ନେଇ ସେ ଜାଣିବାକୁ ପାଇଥିଲେ।
ଇଡିର ଦସ୍ତାବିଜ ଯାଞ୍ଚରୁ ସରଦାର ଶାହବଲି ଖାନ୍ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାପଡିଥିଲା,ଯିଏ କି ଏହି ସମ୍ପତ୍ତି ବିକ୍ରି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ମଧ୍ୟରୁ ଶାହବଲି ଖାନ୍ ହେଉଛନ୍ତି ଜଣେ। ବର୍ତ୍ତମାନ ସେ ଟାଡା ଏବଂ ମକୋକା ନିୟମ ଜରିଆରେ ଔରଙ୍ଗାବାଦ ଜେଲ୍ରେ ଆଜୀବନ ଜେଲ ଦଣ୍ଡ ଭୋଗୁଛି।