୨ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

୨ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

୨ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ବଡ଼ ଧରଣର ଚଢ଼ଉ କରାଯାଇ ୨ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଝାଡେଶ୍ୱରପୁର ଅଞ୍ଚଳରୁ ଜବତ ବ୍ରାଉନ୍‌ସୁଗାରର ପରିମାଣ ୨କେଜି ଚାରିଶହ ଗ୍ରାମ ହେବ ବୋଲି କୁହାଯାଇଛି। ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ୨କୋଟି ୪୦ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି ।

ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲା । ହୋଟେଲ ଡାଇମଣ୍ଡ ସାମ୍ନାରୁ ଡିଲ ସମୟରେ ରେଡ଼ କରିଥିଲା ଟିମ୍ ।