୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜାଇକୋଭ-ଡି

୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜାଇକୋଭ-ଡି

୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜାଇକୋଭ-ଡି


ନୂଆଦିଲ୍ଲୀ : ଜାଇଡସ କାଡିଲାର ୩ ଡୋଜ କୋଭିଡ ଟିକା ଜାଇକୋଭ-ଡି’ ର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । କେନ୍ଦ୍ର ସରକାରଙ୍କ ଟିକା ବିଶେଷଜ୍ଞ କମିଟି ଜାଇଡସର ଏହି ଟିକାକୁ ବ୍ୟବହାର ସ୍ୱୀକୃତି ଦେଇଛନ୍ତି । ୧୨ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଏହି ଟିକା ଦିଆଯିାବ । ଅହମଦାବାଦର ଏହି କମ୍ପାନି ଗତ ଜୁଲାଇ ୧ ତାରିଖରେ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇରେ ଆବେଦନ କରିଥିଲା । କମ୍ପାନି ଦେଶରେ ୫୦ରୁ ଅଧିକ କେନ୍ଦ୍ରରେ ଟିକାର ସବୁଠୁ ଅଧିକ ନୈଦାନିକ ପରୀକ୍ଷଣ କରିଥିବା କହିଛି । ୧୨ ବର୍ଷରୁ ଊର୍ଦ୍ଧ୍ୱ ୧୦୦୦ ଶିଶୁଙ୍କଠାରେ ଏହି ଟିକାର ପରୀକ୍ଷଣ ହୋଇଛି । ଏହା କରୋନା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଡିଏନଏ ଟିକା ହେବ । ଜାଇଡସ କାଡିଲା ସମେତ ଦେଶରେ ଏବେ ୬ଟି ଟିକାର ବ୍ୟବହାର ପାଇଁ ଅନୁମତି ମିଳିଛି । କମ୍ପାନି କହିଛି, ଏହା ବାର୍ଷିକ ୧୦ରୁ ୧୨ କୋଟି ଡୋଜ ପ୍ରସ୍ତୁତ କରିବାପାଇଁ ଯୋଜନା କରିଛି ଏବଂ ଟିକା ଗଚ୍ଛିତ ରଖିବା ଆରମ୍ଭ କରିଦେଇଛି । ମିସନ କୋଭିଡ ସୁରକ୍ଷା ଅଧୀନରେ ବାୟୋଟେକ ନୋଲୋଜି ବିଭାଗ ସହ ମିଶି ଜାଇଡକ କାଡିଲା ଏହି ଟିକା ପ୍ରସ୍ତୁତ କରିଛି । ଭାରତ ବାୟୋଟେକର କୋଭାକ୍ସିନ ପରେ ଏହା ଦ୍ୱିତୀୟ ସ୍ୱଦେଶୀ ଟିକା । ଏହି ଟିକା ନୂଆ ପ୍ରଜାତି ବିରୋଧରେ ଏବଂ ବିଶେଷ କରି ଡେଲଟା ପ୍ରଜାତି ବିରୋଧରେ ଫଳପ୍ରଦ ବୋଲି ଟିକା ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।