୧୦୦ ପୁଲିସ କର୍ମଚାରୀଙ୍କୁ ମିଳିବ ଡିଜିପି ପଦକ

୧୦୦ ପୁଲିସ କର୍ମଚାରୀଙ୍କୁ ମିଳିବ ଡିଜିପି ପଦକ

୧୦୦ ପୁଲିସ କର୍ମଚାରୀଙ୍କୁ  ମିଳିବ ଡିଜିପି ପଦକ

କଟକ: ଓଡ଼ିଶା ପୁଲିସ ବାହିନୀରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩ ଜଣ ଆଇପିଏସ ଅଫିସରଙ୍କ ସହ ମୋଟ ୧୦୦ ଜଣ ସଫଳ ପୁଲିସ କର୍ମଚାରୀଙ୍କୁ ଡିଜିପି ପଦକ ମିଳିବ । ସ୍ୱାଧୀନତା ଦିବସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପୁଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏହି ସମ୍ମାନ ପଦକ ମିଳିବ । ସଫଳ ଅଧିକାରୀଙ୍କ ମଧ୍ୟରେ ଆଇପିଏସ ଅଫିସର ତଥା ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ, ବଲାଙ୍ଗୀର ଏସପି କୁଶଲକର ନିତିନ ଡଗଡୁ ଓ କଳାହାଣ୍ଡି ଏସପି ଶ୍ରବଣ ବିବେକ ଡିଜିପି ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ଏଆଇଜି ଅନିଲ ପାତ୍ର, କମାଣ୍ଡାଣ୍ଟ ଦୁର୍ବାସା ନାୟକଙ୍କ ସମେତ ଜଣେ ଅତିରିକ୍ତ ଏସପି, ୨ ଡେପୁଟି କମାଣ୍ଡାଣ୍ଟ, ୧୧ ଡିଏସପି, ୨ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୧୧ ଇନ୍ସିପେକ୍ଟର, ୨ ଜଣ ସୁବେଦାର, ୧୧ ସବଇନ୍ସିପେକ୍ଟର, ଜଣେ ଡେପୁଟି ସୁବେଦାର, ୬ ଏଏସଆଇ, ୯ ହାବିଲଦାର, ୨୪ କନଷ୍ଟେବଳ, ୨ ସିପାହୀ, ୨ କମାଣ୍ଡୋ, ଜଣେ ଡ୍ରାଇଭର ଏବଂ ୧୦ ଜଣ ଓଏପିଏଫ ଯବାନ ଡିଜିପି ପଦକ ପାଇବେ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।