ୟୁପିରେ ରହିଛି ଓବାମା ଓ ଲାଡେନର ଭୋଟର ଆଇଡି

ୟୁପିରେ ରହିଛି ଓବାମା ଓ ଲାଡେନର ଭୋଟର ଆଇଡି

ୟୁପିରେ ରହିଛି ଓବାମା ଓ ଲାଡେନର ଭୋଟର ଆଇଡି
ଲକ୍ଷ୍ନୌ : ଅବିଶ୍ୱାସ ହେଲେବି ସତ, ଉତ୍ତର ପ୍ରଦେଶରେ ରହିଛି ବାରାକ ଓବାମା ଏବଂ ଓସାମା ବିନ ଲାଡେନର ଭୋଟର ଆଇଡି । ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଓବାମା ଏବଂ କୁଖ୍ୟାତ ଆତଙ୍କବାଦୀ ଲାଡେନ ବ୍ୟତିତ ସୋନମ କପୁରଙ୍କ ଭୋଟର ଆଇଡି ମଧ୍ୟ ରହିଛି । ବିଭିନ୍ନ ସମୟରେ ଏକାଧିକ ଲୋକଙ୍କ ନାମ ସମାନ ରହିଯାଇଥାଏ । ଏପରିକି ବିଭିନ୍ନ ସମୟରେ ଭଗବାନଙ୍କ ନାମରେ ଭୋଟର ଆଇଡି ରହିଥିବା ମଧ୍ୟ ଦେଖାଯାଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦେଶର ସର୍ବବୃହତ ରାଜ୍ୟରେ ଏହି ସବୁ ପ୍ରସିଦ୍ଧ ଲୋକଙ୍କ ଭୋଟର ଆଇଡି ରହିଥିବା ସମ୍ମୁଖକୁ ଆସିଛି । ଅତୀତରେ ୟୁପିରୁ ନରେନ୍ଦ୍ର ମୋଦି ଏବଂ ସଚିନ ତେନ୍ଦୁଲକରଙ୍କ ଭୋଟର ଆଇଡି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।