ହ୍ବାଟସ୍‌ଆପ୍‌କୁ ନେଇ ବଡ଼ ଖବର, ଆସୁଛି ନୂଆ ଫିଚର

ହ୍ବାଟସ୍‌ଆପ୍‌କୁ ନେଇ ବଡ଼ ଖବର, ଆସୁଛି ନୂଆ ଫିଚର

ହ୍ବାଟସ୍‌ଆପ୍‌କୁ ନେଇ ବଡ଼ ଖବର, ଆସୁଛି ନୂଆ ଫିଚର

ମୁମ୍ବାଇ: ହ୍ବାଟ୍ସଆପ ବ୍ୟବହାରକାରୀଙ୍କ ଲାଗି ଆସୁଛି ନୂଆ ଆଉ ବଡ଼ ଖବର। ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ନୂଆ ଫିଚର୍ ଲଞ୍ଚ୍ କରାଯାଉଛି। ହ୍ବାଟ୍ସଆପ୍ ଜରିଆରେ ଅନେକ ଗୁଜବ ପ୍ରଘଟ ହେଉଥିବା ଅଭିଯୋଗ ପୂର୍ବରୁ ହୋଇସାରିଛି। ଏହାକୁ ନେଇ କମ୍ପାନି ଦୀର୍ଘ ଦିନ ଧରି କାମ କରି ଚାଲିଥିଲା। ଏବେ ଆସିବାକୁ ଥିବା ନୂଆ ଫିଚର୍ସ ସେ ସମସ୍ୟାର ସମାଧାନ କାଢ଼ିବ। ଏଣିକି ଆଉ ହ୍ବାଟ୍ସଆପ୍ ଗ୍ରୁପ୍ରେ ମନଇଚ୍ଛା ମେସେଜ୍ ପଠାଇ ପାରିବେନି ଗ୍ରାହକ। ଏଣିକି ଏକ ଫରୱାର୍ଡ ମେସେଜ୍କୁ ମାତ୍ର ଗୋଟାଏ ହିଁ ଗ୍ରୁପ୍ରେ ସେୟାର କରିହେବ। ତେବେ ଇଣ୍ଡିଭିଜୁଆଲ୍ ଚାର୍ଚରେ ମେସେଜ ପଠାଇବାରେ ସେପରି କୌଣସି ସମସ୍ୟା ନାହିଁ।

ଗୁଜବ ପ୍ରଘଟକୁ ରୋକିବା ପାଇଁ କମ୍ପାନି ଏପରି ନିଷ୍ପତ୍ତି ନେଇଛି। ଫଳରେ ଆଉ ମିଛି ଖବର ବ୍ୟାପିବ ନାହିଁ। ତେବେ ମେସେଜ୍ ଫରୱାର୍ଡ କରିବାରେ ଅଙ୍କୁଶ ଲଗାଇବା ପାଇଁ ଲଞ୍ଚ ହେବାକୁ ଥିବା ଏହି ଫିଚର୍ ଗତବର୍ଷଠାରୁ ବ୍ରାଜିଲ୍ରେ ଉପଲବ୍ଧ ହୋଇସାରିଛି।

ଭାରତର ନୂଆ ଆଇଟି ନିୟମ ୨୦୨୧କୁ କାର୍ୟ୍ୟକାରୀ କରିବାକୁ ଯାଇ ହ୍ବାଟ୍ସଆପ୍ ୨୦୨୧ ମସିହା ଅକ୍ଟୋବରରେ ୨୦ ଲକ୍ଷ ୬୯ ହଜାର ଆକାଉଣ୍ଟ ରଦ୍ଦ କରିଛି।  ମେଟା ମାଲିକାନାରେ ଚାଲିଥିବା ଏହି ଫେସବୁକ୍ ଗ୍ରୁପ୍ କମ୍ପାନି ହ୍ବାଟ୍ସଆପ୍ ଅକ୍ଟୋବରରେ ୫୦୦ ଅଭିଯୋଗ ପାଇଥିଲା।  ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଦୁରୁପଯୋଗକୁ ରୋକିବା ପାଇଁ ସରକାର ନୂଆ ନିୟମ ଆଣିଛନ୍ତି।