ହୋଟେଲ ଭିତରେ ବୋମା!
ହୋଟେଲ ଭିତରେ ବୋମା!
ନୂଆଦିଲ୍ଲୀ: ହୋଟେଲ ଭିତରେ ଅଛି ବୋମା । ଏଭଳି କିଛି ଫୋନ୍ କଲ୍ ଆସିଛି ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଥିବା ଲିଲା ହୋଟେଲକୁ । ଏହାପରେ ଆତଙ୍କିତ ହୋଇପଡିଛନ୍ତି ଲୋକେ । ଆରମ୍ଭ ହୋଇଛି ଧରପଗଡ । ପୂରା ହୋଟେଲକୁ ଖାଲି କରାଯାଇଛି । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ବୋମା କେଉଁଠି ଅଛି ସେ ନେଇ ଅନୁସନ୍ଧାନ ଚଲାଇଛି ।
ଗୁରୁଗ୍ରାମର ଏମ୍ବିୟନ୍ସ ମଲ ସ୍ଥିତ ଲିଲା ହୋଟେଲରେ ବୋମା ରଖାଯାଇଥିବା ନେଇ ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ସୂଚନା ଦେଇଥିଲେ । ଏହାପରେ ହୋଟେଲ ଅଧିକାରୀ ପୁଲିସକୁ ଖବର ଦେଇଥିଲେ । ପୁଲସ ଓ ବୋମା ଡିସପୋଜାଲ୍ ସ୍କ୍ୱାଡ ପହଂଚି ତଦନ୍ତ ଆରମ୍ଭ କରିଛି । ବୋମା ଖୋଜିବା ପାଇଁ ଡଗ୍ ସ୍କ୍ୱାଡକୁ ମଧ୍ୟ ଡକାଯାଇଛି । କୁହାଯାଉଛି ଯେ ମଙ୍ଗଳବାର ଅପରାହ୍ନରେ ହୋଟେଲ ମ୍ୟାନେଜମେଣ୍ଟ ତରଫରୁ ବୋମା ରଖାଯାଇଥିବା ନେଇ ପୋଲିସକୁ ସୂଚନା ଦିଆଯାଇଥିଲା ।




admin 