ସ୍ୱାଭିମାନ ଯୁବ-ଛାତ୍ର ସ୍ୱାଭିମାନ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ସ୍ୱାଭିମାନ ଯୁବ-ଛାତ୍ର ସ୍ୱାଭିମାନ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ସ୍ୱାଭିମାନ ଯୁବ-ଛାତ୍ର  ସ୍ୱାଭିମାନ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର :ସ୍ୱାଭିମାନ ଯୁବ-ଛାତ୍ର  ସ୍ୱାଭିମାନ ମଞ୍ଚ ଆନୁକୂଲ୍ୟରେ ଭାରତ ରତ୍ନ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଙ୍କ 38ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆୟୋଜିତ  ରକ୍ତଦାନ ଶିବିରରେ  ଯୋଗଦେବା ନିମନ୍ତେ ଓଡିଶା କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା,ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, କଟକ ନଗର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସୁରେଶ  ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ,ନବଜ୍ୟୋତି ପଟ୍ଟନାୟକ ଓ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ  ପ୍ରମୁଖ ଦିବା ଦୁଇ ଘଟିକା  ସମୟରେ କଟକ  ଜିଲ୍ଲା କଂଗ୍ରେସ କାଯ୍ୟଳୟ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ରେ ବାହାରି ବାଦାମବାଡ଼ି, ରାଣୀହାଟ ଓ ମଙ୍ଗଳାବାଗ ଦେଇ ଷ୍ଟାଡିଅମ ଘୋଡା ଗେଟ ରେ ଆୟୋଜିତ ରକ୍ତଦାନ  ଶିବିରରେ ଯୋଗ ଦେଇ ଉପସ୍ଥିତ  ସମାଜସେବି ମାନଙ୍କୁ ସନମାନିତ କରିବା ସହିତ ରକ୍ତ ଦାତା ମାନଙ୍କ ସହିତ କିଛି  ସମୟ  ଅତିବାହିତ କରିଥିଲେ। ଏହାପରେ ଡ଼. ଚେଲା କୁମାର ଓ ଅନ୍ୟମାନେ ପୂର୍ବତନ  ବିଧାୟକ ରବୀନ୍ଦ୍ର ମଲ୍ଲିକ ଙ୍କ ବାସଭବନ  କୁ ଯାଇ ସ୍ବର୍ଗତ ରେଣୁବାଳା ମଲ୍ଲିକ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଦେଇ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଥିଲେ। ଅନ୍ୟମାନଙ୍କ  ମଧ୍ୟରେ  ସ୍ୱାଭିମାନ ମଞ୍ଚ ର ସଭାପତି ଡ. ବିପ୍ଳବ ଶିଳାଦିତ୍ୟ, ଆକୱେବ  ଖାନ,ପ୍ରଦୀପ ପ୍ରଧାନ, ମନୋଜ ବିଶ୍ୱାଳ, ଶିଶିର  ରଥ,ଶିବ ଅଗ୍ରୱାଲ,ସତୀଶ ଶେଖର । ସଚ୍ଚିଦାନନ୍ଦ ରାଉତ, ଉଗ୍ରସେନ ଭୂୟାଁ, ପ୍ରତାପ ମଲ୍ଲିକ,ରାଜେଶ ସ୍ୱାଇଁ,ଦୀପକ ମହାନ୍ତି,ଆଶୁତୋଷ ରାଉତ,ନରେଶ ସାହୂ, ସତ୍ୟଜିତ ସେଠି, କମଳେନ୍ଦୁ ଆଚାର୍ଯ୍ୟ, ସୁସ୍ମିତା ଜେନା, ନାଜିଆ ଆକମାଲ,ଶୁଚିସ୍ମିତା, ମୃତୁଞ୍ଜୟ  ମହାନ୍ତି, ୟେଶ ଅଗ୍ରୱାଲ, ୟେଷୁରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତ ଦାନ ଶିବିର କୁ ଯୁବ -ଛାତ୍ର ସ୍ୱାଭିମାନ ମଞ୍ଚ ର ସଭାପତି ଡ. ବିପ୍ଳବ ଶିଳାଦିତ୍ୟ ପରିଚାଳନା କରିଥିଲେ ।