ସ୍ପେଶିଆଲ ପୁଲିସ ଡ୍ରାଇଭ : ଗୋଟିଏ ଦିନରେ ୨୭.୪୦ ଲକ୍ଷ ଟଙ୍କା ଜୋରିମାନା
ସ୍ପେଶିଆଲ ପୁଲିସ ଡ୍ରାଇଭ : ଗୋଟିଏ ଦିନରେ ୨୭.୪୦ ଲକ୍ଷ ଟଙ୍କା ଜୋରିମାନା
admin
Apr 17, 2021 - 11:25
Updated: Apr 17, 2021 - 11:25
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାସ୍କ ତଥା ସାମାଜିକ ଦୂରତା ଯାଞ୍ଚ କଡ଼ାକଡ଼ି କରାଯାଇଛି । ଏନେଇ ପ୍ରତ୍ୟେକ ଦିନ ଅମାନିଆଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତକାଲି ମଧ୍ୟ ଅମାନିଆଙ୍କ ଠାରୁ ୨୭.୪୦ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । କୋଭିଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଏହି ଜୋରିମାନା ଆଦାୟ କରାଯାଇଛି । ମାସ୍କ ନପିନ୍ଧିବା ଓ ସାମାଜିକ ଦୂରତ୍ୱ ନମାନିବା ନେଇ ମୋଟ ୯୦୩୨ଜଣଙ୍କ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି ।
ପ୍ରକାଶ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଟେନସନ ବଢ଼ାଇଦେଇଛି । ଲୋକମାନେ ମାସ୍କ ପିନ୍ଧୁନଥିବାବେଳେ ସାମାଜିକ ଦୂରତା ମଧ୍ୟ ରଖୁନାହାନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ୧୦ଦିନିଆ ସ୍ପେଶିଆଲ ପୁଲିସ ଡ୍ରାଇଭ ଆରମ୍ଭ ହୋଇଛି ।
ସାରା ରାଜ୍ୟରେ କରୋନା କଟକଣା କଡ଼ାକଡ଼ି ଅନୁପାଳନ କରିବା ପାଇଁ ୧୩୬ ପ୍ଲାଟୁନ ପୁଲିସ ଫୋର୍ସକୁ ନିୟୋଜିତ କରାଯାଇଛି । ଜିଲ୍ଲା ଏସପି, ଡିଏସପି ଏବଂ ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି ।