ସେପ୍ଟେମ୍ବର ୩୦ ରେ ଛାତ୍ର ସଂସଦ ନିର୍ବାଚନ!

ସେପ୍ଟେମ୍ବର ୩୦ ରେ ଛାତ୍ର ସଂସଦ ନିର୍ବାଚନ!

ସେପ୍ଟେମ୍ବର ୩୦ ରେ ଛାତ୍ର ସଂସଦ ନିର୍ବାଚନ!
ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ଡିଗ୍ରି ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଏଥର ଗୋଟିଏ ସମୟରେ ଛାତ୍ର ସଂସଦ ନିର୍ବାଚନ ହେବ । ସେପ୍ଟେମ୍ବର ତୃତୀୟ ସପ୍ତାହରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୩୦ରେ ନିବାଚନ କରାଯାଇ ସେହିଦିନ ହିଁ ଫଳାଫଳ ପ୍ରକାଶ କରାଯିବ । ପରଦିନ ଅର୍ଥାତ ଅକ୍ଟୋବର ପହିଲାରେ ଶପଥ ଗ୍ରହଣ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇ ନଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୯-୨୦ ମସିହା ପାଇଁ ଆଜି ପ୍ରକାଶିତ କମ୍ନ ମିନିମମ୍ ଷ୍ଟାଣ୍ଡାର୍ଡ (ସିଏମ୍ଏସ୍) ଗାଇଡଲାଇନରେ ପରୋକ୍ଷରେ ଏଭଳି ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରକାଶିତ ଗାଇଡଲାଇନ କେଉଁ ମାସରେ କ’ଣ ହେବ ସେ ନେଇ ସ୍ପଷ୍ଟ କରାଯାଇଛି । ସେପ୍ଟେମ୍ବର ୭,୧୪,୨୧ ତାରିଖରେ ଯଥାକ୍ରମେ ଯୁକ୍ତ ୩ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଗୋଟିଏ ସମୟରେ ସମସ୍ତ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ କରାଯାଇ ଅକ୍ଟୋବର ପହିଲା ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରାଯିବ । ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ଦଶହରା ଛୁଟି ହେବ । ଏଥର ଚୂଡାନ୍ତଳ ସେମିଷ୍ଟାର ପରୀକ୍ଷା ପୂର୍ବରୁ ମିଡ ସେମିଷ୍ଟାର ପରୀକ୍ଷା କରାଯିବ । ସେପ୍ଟେମ୍ବର ଶେଷ ସପ୍ତାହ ଓ ୨୦୨୦ ଫେବୃୟାରୀ ପ୍ରଥମ ସପ୍ତାହରେ ମିଡ ସେମିଷ୍ଟାର ପରୀକ୍ଷା ହେବ । ଶେଷ ସେମିଷ୍ଟାର ପରୀକ୍ଷା ଡିସେମ୍ବର ପ୍ରଥମ ଓ ଏପ୍ରିଲ ଶେଷ ସପ୍ତାହରେ ହେବ । ଡିସେମ୍ବର ୨୫ ରୁ ଏକ୍ସ-ମାସ ଛୁଟି ହେବ ବୋଲି ଗାଇଡଲାଇନରେ କୁହାଯାଇଛି । ୨୦୨୦ ଜାନୁଆରି ୨ ରୁ ୧୫ ତାରିଖ ମଧ୍ୟରେ କ୍ରୀଡ଼ା ଓ ସାଂସ୍କୃତି ପ୍ରତିଯୋଗିତା, ଜାନୁଆରି ପ୍ରଥମ ସପ୍ତାହରେ ଆଲୁମନ୍ ମିଟ୍ ହେବ । ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ । ଶେଷ ସେମିଷ୍ଟାର ପରୀକ୍ଷା ଫଳ ମେ ଦ୍ୱିତୀୟ ସପ୍ତାହ ସୁଦ୍ଧା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିବେ । ଚଳିତ ଶିକ୍ଷା ବର୍ଷରେ ମୋଟ ୭୨ଟି ଛୁଟି ରହିଛି । ୧୮୦ଟି ପାଠପଢ଼ା ଦିବସ ରହିଛି । ୨୦୨୦ ମେ ୯ ରୁ ଜୁନ ୧୬ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ହେବ ବୋଲି ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ।