ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

ମେକ୍ସିକୋ: ଆମେରିକାର ମେକ୍ସକୋରେ ସେନାର ଏକ ହେଲିକପ୍ଟର  ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ନୈସେନା ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଦୁର୍ଘଟଣାର ଶିକାର ହୋଇଛି ବ୍ଲାକ ହକ୍ ହେଲିକପ୍ଟର । ସିନାଲୋଆରେ ସେନାର ହେଲିକପ୍ଟରରେ ୧୫ ଜଣ ଲୋକ ଥିଲେ ବୋଲି କୁହାଯାଉଛି । ତେବେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଜଣାପଡ଼ି ନାହିଁ । 

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ନୈସେନା ଶୋକ ଓ ସମବେଦନା ଜଣାଇଛି । ତେବେ ହେଲିକପ୍ଟର କେଉଁ ପରିସ୍ଥିତିରେ ଦୁର୍ଘଟଣାର ସାମ୍ନା କଲା, ସେନେଇ କୌଣସି କାରଣ ଜଣାପଡ଼ି ନାହିଁ । ନୈସେନା ଘଟଣାର ତଦନ୍ତ କରୁଛି ।