ସୁସ୍ଥ ହେଉଛନ୍ତି ରିଷଭ, ଏମିତି କଲେ ଟ୍ବିଟ୍
ସୁସ୍ଥ ହେଉଛନ୍ତି ରିଷଭ, ଏମିତି କଲେ ଟ୍ବିଟ୍
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରିଷଭ ପନ୍ତଙ୍କ ଟ୍ୱିଟ୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ସୁସ୍ଥ ହେବା ପରେ କରିଛନ୍ତି ଏମିତି ଟ୍ବିଟ୍। ଯାହା ତାଙ୍କ ଫ୍ୟାନମାନଙ୍କୁ କରିଛି ଆଶ୍ବସ୍ତ। ଟିମ୍ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କ ଗୋଡ଼ରେ ହୋଇଥିବା ସର୍ଜରି ସଫଳ ରହିଛି। ବର୍ତ୍ତମାନ ସୁସ୍ଥ ହେବାର ଯାତ୍ରା ଆରମ୍ଭ ହୋଇସାରିଛି। ଆଗକୁ ଯେକୌଣସି ଚ୍ୟାଲେଞ୍ଜର ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲି ଟ୍ୱିଟ୍ କରିଛନ୍ତି ପନ୍ତ।
ସମର୍ଥନ ଓ ଆଶୀର୍ବାଦ ପାଇଁ ବିସିସିଆଇ, ସମ୍ପାଦକ ଜୟ ଶାହ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପନ୍ତ। ଏଥିସହ ସମସ୍ତ ଫ୍ୟାନ୍, ଟିମ୍ ମେଟ୍ ଏବଂ ଡାକ୍ତରଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।
ୟଗ୍ଦ ଭଚ୍ଚ
ଡିସେମ୍ବର ୩୦ ତାରିଖରେ ଘରକୁ ଯାଉଥିବା ବେଳେ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ଗାଡି ମଧ୍ୟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଡେରାଡୁନରୁ ମୁମ୍ବାଇକୁ ପନ୍ତ ଏୟାରଲିଫ୍ଟ ହୋଇଥିଲେ।
ଏବେ ଦୁର୍ଘଟଣାର ୧୭ ଦିନ ପରେ ଟ୍ୱିଟ୍ କରି ସୁସ୍ଥ ହେଉଥିବାର ଖବର ଦେଇଛନ୍ତି ପନ୍ତ। ଫ୍ୟାନଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।




admin 