ସସ୍ମିତ ପାତ୍ର ପୁଣି କରୋନା ସଂକ୍ରମିତ

ସସ୍ମିତ ପାତ୍ର ପୁଣି କରୋନା ସଂକ୍ରମିତ

ସସ୍ମିତ ପାତ୍ର ପୁଣି କରୋନା ସଂକ୍ରମିତ

ଭୁବନେଶ୍ୱର:ବିଜେଡିର ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା  ସମସ୍ତ ଲୋକଙ୍କୁ ସେ କରୋନା ଟେଷ୍ଟ କରାଇ ନେବାକୁ କହିଛନ୍ତି । ସସ୍ମିତ ଟ୍ୱିଟ କରି କହିଛନ୍ତି, ୨ ଡୋଜ ଟିକା ନେବା ପରେ ବି ସେ କରୋନା ସଂକ୍ରମିତ ହୋଇଛନ୍ତି, ଏମିତିକି 2020 ରେ ମଧ୍ୟ ସେ କରୋନା ସଂକ୍ରମିତ ହୋଇଥିଲେ । ତେଣୁ ସମସ୍ତେ ଅଧିକ ସତର୍କତା ପାଳନ କରିବା, କୋଭିଡ ନିୟମ ମାନିବା। ସବୁବେଳେ ମୁହଁରେ ମାସ୍କ ପିନ୍ଧିବାକୁ ସସ୍ମିତ ଅନୁରୋଧ କରିଛନ୍ତି। କରୋନା ଏବେ ଜୋରରେ ମାଡିବାରେ ଲାଗିଛି। ରାଜନେତା ବି ଏଥିରୁ ବର୍ତ୍ତିନାହାନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ସୁସ୍ଥତା ନେଇ ବହୁ ରାଜନେତା ଓ ଶୁଭେଛୁ ପ୍ରାର୍ଥନା କରିଛନ୍ତି।