ଶ୍ରୀମନ୍ଦିର ରୋଷଘର ଚୁଲା ଭାଙ୍ଗିଦେଲେ

ଶ୍ରୀମନ୍ଦିର ରୋଷଘର ଚୁଲା ଭାଙ୍ଗିଦେଲେ

ଶ୍ରୀମନ୍ଦିର ରୋଷଘର ଚୁଲା ଭାଙ୍ଗିଦେଲେ

ଭୁବନେଶ୍ୱର : ମହାପ୍ରଭୁଙ୍କ ମହାପ୍ରସାଦ ରନ୍ଧନ ପାଇଁ ଶ୍ରୀମନ୍ଦିରରେ ରହିଛି ରୋଷଘର  । ରୋଷଘର ଅତ୍ୟନ୍ତ ପବିତ୍ର ହୋଇଥିବାବେଳେ ଗୋପନୀୟତା ରକ୍ଷା କରାଯାଏ  । ତେବେ ଶ୍ରୀମନ୍ଦିରର ରୋଷଘରେ କେହି ଚୁଲା ଭାଙ୍ଗିଥିବା ନେଇ ଅଭିଯୋଗ ଆସିଛି  ।

କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଶ୍ରୀମନ୍ଦିର ରୋଷଘରେ ଶହ ଶହ ଚୁଲା ରହିଛି  । ତେବେ ଗତକାଲି ବିଳମ୍ବିତ ରାତିରେ କେହି ୪୦ଟି ଚୁଲା ଭାଙ୍ଗି ଦେଇଛନ୍ତି  । କେଉଁ କାରଣରୁ ଓ କିଏ ଏହି ଚୁଲା ଭାଙ୍ଗିଛନ୍ତି ତାହା ଜଣାପଡ଼ିନାହିଁ  । ଏଭଳି ଏକ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିଚାର କରାଯାଉଛି  ।