ଶ୍ରୀନଗରରେ ଆତଙ୍କୀ ହମଲା: ୨ ପୋଲିସ ସହିଦ

ଶ୍ରୀନଗରରେ ଆତଙ୍କୀ ହମଲା: ୨ ପୋଲିସ ସହିଦ

ଶ୍ରୀନଗରରେ ଆତଙ୍କୀ ହମଲା: ୨ ପୋଲିସ ସହିଦ
ଶ୍ରୀନଗର: ଶ୍ରୀନଗରରେ ପୁଲିସ କ୍ୟାମ୍ପ ଉପରେ ଆତଙ୍କୀ ହମଲା ହୋଇଛି । ଜଣେ ଆତଙ୍କବାଦୀ ଆସି ସର୍ବସମ୍ମୁଖରେ ଗୁଳି ଚଳାଇଛି । ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦେହରେ ଚାଦର ଘୋଡ଼ାଇ ଆସିଥିବା ଆତଙ୍କବାଦୀ ଅନ୍ଧାଧୂନ ଗୁଳି ଚଳାଇଥିଲା । ହଠାତ ଚାଦର ଖୋଲି ଏକେ୪୭ ରାଇଫଲରୁ ଆତଙ୍କବାଦୀ ଜଣକ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ୨ ପୁଲିସ କର୍ମଚାରୀ ସହିଦ ହୋଇଥିବା ଜଣାଯାଇଛି । ୩ ସେକେଣ୍ଡ ମଧ୍ୟରେ ଗୁଳି କରି ଆତଙ୍କବାଦୀ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଶ୍ରୀନଗରର ବଘତ ବର୍ଜୁଲାରେ ଏହି ଘଟଣା ଘଟିଛି । ଏଭଳି ଆତଙ୍କୀ ହମଲା ସିସିଟିଭିରେ କଏଦ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେଶନ କରାଯାଉଛି। ତେବେ ଏହି ମାମଲାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ଏହା ପୂର୍ବରୁ ଆଜି ସକାଳେ ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ସୋପିଆନ ଓ ବଡଗାମରେ ହୋଇଥିବା ଏନକାଉଣ୍ଟରରେ ସେନା ଗୁଳିରେ ୩ ଜଣ ଆତଙ୍କବାଦୀ ସଫା ହୋଇଥିଲେ। ଏହି ଅପରେସନରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଥିଲେ।