ଲକଡାଉନ ପାଇଁ ଜାରି ହେଲା ନୂଆ ଗାଇଡ଼ ଲାଇନ

ଲକଡାଉନ ପାଇଁ ଜାରି ହେଲା ନୂଆ ଗାଇଡ଼ ଲାଇନ

ଲକଡାଉନ ପାଇଁ ଜାରି ହେଲା ନୂଆ ଗାଇଡ଼ ଲାଇନ
୧. ପୂର୍ବଭଳି ବିମାନ ସେବା, ରେଳ ସେବା, ମେଟ୍ରୋ, ଜାତୀୟ ରାଜପଥରେ ଆନ୍ତଃ ରାଜ୍ୟ ଗାଡ଼ି ଚଳାଚଳ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଂଟର, ହୋଟେଲ, ରେଷ୍ଟୁରାଂଟ, ସିନେମା ହଲ, ଜିମ, ସ୍ପୋର୍ଟ କମ୍ପ୍ଲେକ୍ସ ଆଦି ବନ୍ଦ ରହିବ । ୨. କେତେକ ବିଶେଷ କ୍ଷେତ୍ରରେ ରେଳ ଓ ବିମାନ ସେବା ଚାଲୁରହିପାରିବ । ୩ . ଅରେଂଜ ଜୋନ ଅଂଚଳରେ ଟାକ୍ସି ଓ କାବ ଚଳାଚଳ ପାଇଁ ଅନୁମତି ମିଳିବ । ତେବେ ଜଣେ ଡ୍ରାଇଭର ଓ ଜଣେ ପାସେଂଜର ହିଁ ସେଥିରେ ଯାଇପାରିବେ । ୪. କୌଣସି ଅଣ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ରାତି ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କେହିବି ପଦାକୁ ଆସିପାରିବେ ନାହିଁ । ନିୟମ ଉଲ୍ଲଂଘନ କଲେ ସ୍ଥାନୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ୫. ୬୫ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ, ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲା ଘରେ ରହିବେ । ସେମାନେ କେବଳ ସ୍ୱାସ୍ଥ୍ୟଭଳି ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ବାହାରକୁ ଯାଇପାରିବେ । ୬. ଓପିଡ଼ି, ମେଡ଼ିକାଲ କ୍ଲିନକ ପୂର୍ବଭଳି ଖୋଲା ରହିବ । ତେବେ କଟେଂନମେଂଟ ଜୋନରେ ତାହା ଖୋଲିପାରିବ ନାହିଁ । ୭. ରେଡ଼ ଜୋନରେ ବସ ଚଳାଚଳ, ଅଟୋ ରିକ୍ସା, ଟାକ୍ସି, କାବ ବନ୍ଦ ରହିବ । ସେଲୁନ ଓ ସ୍ପା ବି ବନ୍ଦ ରହିବ ।