ଲକଡାଉନରେ ବଢିଛି ଅପରାଧ

ଲକଡାଉନରେ ବଢିଛି ଅପରାଧ

ଲକଡାଉନରେ ବଢିଛି ଅପରାଧ
ଭୁବନେଶ୍ୱର: କରୋନା ଲକଡାଉନ ବେଳେ ରାଜ୍ୟରେ ଅପରାଧ ବଢିଛି । ୧୦ ମାସରେ ୧ ଲକ୍ଷ ୧୩ ହଜାର ୪୧୦ ଗୋଟି ଅପରାଧ ପଞ୍ଜିକୃତ ହୋଇଛି । ମାର୍ଚ୍ଚ ୨୦୨୦ରୁ ଡିସେମ୍ବାର ୨୦୨୦ ମଧ୍ୟରେ ଅପରାଧ ଘଟିଛି । ଏହି ଅପରାଧରେ ୫୧ ହଜାର ୬୧୭ ଜଣ ଗିରଫ ହୋଇଛନ୍ତି । କୋଭିଡ ନିୟମ ଉଲ୍ଲଂଘନ ପାଇଁ ୪୮ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ୪୮ କୋଟି ୪୯ ଲକ୍ଷ ୪୮ ହଜାର ୩୭୦ ଟଙ୍କା ଜୋରିମାନା ଆଦାୟ ହୋଇଛି ।