ରାହୁଲଙ୍କ ଠାରୁ ବଡ଼ ପ୍ରିୟଙ୍କାଙ୍କ ହେଲିକପ୍ଟର

ରାହୁଲଙ୍କ ଠାରୁ ବଡ଼ ପ୍ରିୟଙ୍କାଙ୍କ ହେଲିକପ୍ଟର

ରାହୁଲଙ୍କ ଠାରୁ ବଡ଼ ପ୍ରିୟଙ୍କାଙ୍କ ହେଲିକପ୍ଟର
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି । ଏଥିରେ ନିଜର ହେଲିକପ୍ଟରକୁ ନେଇ ଉଭୟ କଥାବାର୍ତା ହେଉଥିବାବେଳେ ଭାଇଭଉଣୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଦେଖିବାକୁ ମିଳିଛି । ରାହୁଲ ପ୍ରିୟଙ୍କାକୁ କହୁଛନ୍ତି, ପ୍ରିୟଙ୍କା କମ ଦୂର ଯାତ୍ରା କରୁଥିଲେ ମଧ୍ୟ ତାଙ୍କୁ ବଡ଼ ହେଲିକପ୍ଟର ଦିଆଯାଇଛି । ସେ ଭଲ ଭାଇ ହୋଇଥିବାରୁ ପ୍ରିୟଙ୍କାଙ୍କ ଠାରୁ ଛୋଟ ହେଲିକପ୍ଟରରେ ଉଡ଼ାଣ କରୁଛନ୍ତି । ପରେ ପ୍ରିୟଙ୍କା ହସି ହସି ରାହୁଲଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି । ଭିଡ଼ିଓଟି ଉତରପ୍ରଦେଶର କାନପୁର ବିମାନବନ୍ଦରର । ରାହୁଲ ଓ ପ୍ରିୟଙ୍କା ନିର୍ବାଚନ ପ୍ରଚାରରେ ଯିବା ଲାଗି ସେଠାରେ ପହଁଚିଥିଲେ । ରାହୁଲ ଗୋଟିଏ ହେଲିକପ୍ଟରରେ ରାଏବରେଲି ପାଇଁ ବାହାରି ଯାଇଥିବାବେଳେ ପ୍ରିୟଙ୍କା ଅନ୍ୟଟିରେ ଉନ୍ନାଓ ଯାଇଥିଲେ । ଏହା ପୂର୍ବରୁ ଉଭୟ ବିମାନବନ୍ଦର କର୍ମଚାରୀଙ୍କ ସହ ଫଟୋ ଉଠାଇଥିଲେ ।