ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ୫ଟି ପ୍ରଶ୍ନ

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ୫ଟି ପ୍ରଶ୍ନ

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ୫ଟି ପ୍ରଶ୍ନ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଲେ ସାଂସଦ ଅପରାଜିତା ଷଢଙ୍ଗୀ । ପ୍ରଶ୍ନ-୧:କୀର୍ତିରାଜି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟାରେ ଏଏସଆଇକୁ ସାମିଲ କରାଯାଇନି କାହିଁକି ? ପ୍ରଶ୍ନ-୨:ଏଏସଆଇକୁ ରାଜ୍ୟ ସରକାର ଡିଟେଲ ରିପୋର୍ଟ ଦେଇନାହାନ୍ତି କାହିଁକି ? ୨୦୧୯ରେ ଏଏସଆଇ ଡିଜି ସରକାରୀ ଅଧିକାରୀଙ୍କୁ ଡିପିଆର ମାଗିଥିଲେ । ରିପୋର୍ଟ ମିଳିଥିଲା ଏନଏମଏରୁ ଏନଓସି ପାଇଁ ବିଚାର କରାଯାଇପାରିଥାନ୍ତା । ବର୍ତମାନ ଯାଏଁ ବି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଡିପିଆର ଜଣାଇନାହାନ୍ତି ବୋଲି ଶ୍ରୀମତି ଷଢଙ୍ଗୀ କହିଛନ୍ତି । ପ୍ରଶ୍ନ-୩: ବାଇ-ଲ ନେଇ ରାଜ୍ୟ ସରକାର ପରାମର୍ଶ ଦେଇନାହାନ୍ତି । ପରାମର୍ଶ ବଦଳରେ ଉଚ୍ଛେଦ ପାଇଁ ଦାବି କରିଛନ୍ତି ରାଜ୍ୟ ସରକାର । କୀର୍ତିରାଜି ଅଂଚଳରେ ହୋଇଥିବା ବେନିୟମ ଉଚ୍ଛେଦକୁ ଲୁଚାଇବାକୁ ଚାହୁଁଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ପ୍ରଶ୍ନ-୪:ଲିଙ୍ଗରାଜ, ଶ୍ରୀମନ୍ଦିର ବିକାଶ ରୂପରେଖ କେଉଁ ଆର୍କିଓଲୋଜିକାଲ ଫାର୍ମ କରୁଛି ? ପ୍ରଶ୍ନ-୫: ଏମାର ମଠ ଭାଙ୍ଗିବା ପୂର୍ବରୁ ଏହାର ଡିଟେଲ ମ୍ୟାପିଂ କରିଥିଲେ ?