ରାଜ୍ୟରେ ପୁଣି ବଢିଲା ବସ୍ ଭଡା ।

ରାଜ୍ୟରେ ପୁଣି ବଢିଲା ବସ୍ ଭଡା ।

ରାଜ୍ୟରେ ପୁଣି ବଢିଲା ବସ୍ ଭଡା ।
ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ପାଇଛି । ପୁଣି ୨ରୁ ୪ ପଇସା ବୃଦ୍ଧି ପାଇଛି । ଏନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଅର୍ଡିନାରୀ ଭଡ଼ା କିମି ପିଛା ୭୦ରୁ ୭୧ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡ଼ା ୭୩ରୁ ୭୫ ପଇସାକୁ ବଢିଲା । ଡିଲକ୍ସ ୧ଟଙ୍କା ୧ ପଇସାରୁ ୧ଟଙ୍କା ୫ ପଇସାକୁ ବୃଦ୍ଧି ଏସି ଡିଲକ୍ସ ୧ଟଙ୍କା ୨୩ରୁ ୧ଟଙ୍କା ୨୭ ପଇସା ହେଲା ପ୍ରକାଶ ଯେ, କରୋନା ସଂକ୍ରମଣକୁ ରୋକିବା ଉଦେ୍ଧଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକଡାଉନ ଓ ସଟଡାଉନ ଭିତରେ ରାଜ୍ୟରେ ପହିବହନ ସେବା ପ୍ରାୟ ଦୁଇ ମାସରୁ ଅଧିକ କାଳ ଅଚଳ ହୋଇପଡ଼ିଥିଲା । ଲକଡାଉନ କୋହଳ ହେବା ପରେ ବହୁ ବିଳମ୍ବରେ ବସ ସେବାଆରମ୍ଭ ହୋଇଥିଲେ ହେଁ ଏବେ ରାଜ୍ୟରେ ନାମକୁ ମାତ୍ର ବସ ଚାଲିଛି । କେଉଁଠି ଲୋକେ ଯିବାକୁ ଚାହୁଁଥିଲେ ବସ ନାହିଁ ତ ଆଉ କେଉଁଠି ବସ ଥିଲେ ଯାତ୍ରୀ ନାହାନ୍ତି । ସହରାଞ୍ଚଳରୁ ଆରମ୍ଭ କରି ଅର୍ଦ୍ଧସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏବେ ବି ଯାତ୍ରୀ ପରିବହନ ସେବା ସ୍ୱାଭାଭିକ ସ୍ଥିତିକୁ ଆସିନାହିଁ । ନା ଘରୋଇ ନା ସରକାରୀ କୌଣସି ବସ ସେବା ସ୍ୱାବାଭିକ ହୋଇପାରୁନି ।