ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୩୮

ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୩୮

ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୩୮
ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ଯୋଗୁର୍ ୭ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଗଞ୍ଜାମ, ବଲାଙ୍ଗିର, ସୁନ୍ଦରଗଡ ଓ ମାଲକାନଗିରି ରୁଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଳାରୁ ଆଜି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଭୁବନେଶ୍ବରର ୭୦ ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ୫୯ ବର୍ଷୀୟପୁରୁଷ ବୋଲି ସୂଚନା ରହିଛି । ସେହିପରି କଟକରୁ ୬୧ ବର୍ଷୀୟ ପୁରୁଷ, ଗଞ୍ଜାମରୁ ୭୦ ବର୍ଷୀୟ ପୁରୁଷ, ବଲାଙ୍ଗିରର ୭୮ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ୬୮ ବର୍ଷୀୟ ପୁରୁଷ ଥିବାବେଳେ ମାଲକାନଗିରିରୁ ଜଣେ ୧୩ ବର୍ଷୀୟ ବାଳକର କରୋନା ଯୋଗୁଁ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି ହୋଇଛି ।