ରାଜ୍ୟରେ ଆଉ ୧୭୪ ନୂଆ ଟିକାକରଣ କେନ୍ଦ୍ର

ରାଜ୍ୟରେ ଆଉ ୧୭୪ ନୂଆ ଟିକାକରଣ କେନ୍ଦ୍ର

ରାଜ୍ୟରେ ଆଉ ୧୭୪ ନୂଆ ଟିକାକରଣ କେନ୍ଦ୍ର

 କରୋନା ବିରୋଧରେ ଲଢିବା ପାଇଁ ଟିକାକରଣ ଏକମାତ୍ର ଅସ୍ତ୍ର। ଏଥିପାଇଁ କେନ୍ଦ୍ର ସହ ରାଜ୍ୟରେ ମଧ୍ୟ ଟିକାକରଣ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଭାରତ ଏବେ ଟିକାକରଣରେ ରେକର୍ଡ ସୃଷ୍ଟି କରିଛି। ଏହି ପ୍ରକ୍ରିୟାକୁ ଅଧିକ ମାତ୍ରାରେ ତ୍ୱରାନିତ କରିବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶାରେ ଅଧିକ ଲୋକଙ୍କୁ ଟିକା ଦେଇ କରୋନା ଚେନ୍କୁ ଭାଙ୍ଗିବା ପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବଢାଇ ଦିଆଯାଇଛି। ରାଜ୍ୟରେ ଆଉ ୧୭୪ଟି ଟିକାକରଣ କେନ୍ଦ୍ର ଖୋଲାଯାଇଛି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ ଦେଇଥିବା ରିପୋର୍ଟ ଅନୁସାରେ ପୂର୍ବରୁ ରାଜ୍ୟରେ ୧୬୦୦ ଟିକାକରଣ କେନ୍ଦ୍ର ଥିଲା। ଏବେ ଏହା ୧୭୭୪କୁ ବୃଦ୍ଧି ପାଇଛି। ଆବଶ୍ୟକ ପଡିଲେ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଦୈନିକ ୪ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରମାଞ୍ଚଳରେ ଟିକାକରଣ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୬୦ପ୍ରତିଶତରୁ ଅଧିକ ଟିକାକରଣ ହୋଇଛି ବୋଲି ଡ.ପାଣିଗ୍ରାହୀ କହିଛନ୍ତି।