ମୋଦି ଅନଲାଇନରେ ଏହି ସବୁ ଜିନିଷ କିଣିବା ପରେ ଆଉଟ ଅଫ ଷ୍ଟକ

ମୋଦି ଅନଲାଇନରେ ଏହି ସବୁ ଜିନିଷ କିଣିବା ପରେ ଆଉଟ ଅଫ ଷ୍ଟକ

ମୋଦି ଅନଲାଇନରେ ଏହି ସବୁ ଜିନିଷ କିଣିବା ପରେ ଆଉଟ ଅଫ ଷ୍ଟକ
ଭୁବନେଶ୍ୱର : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଉପଲକ୍ଷେ ମହିଳାଙ୍କ ଦ୍ୱାରା ତିଆରି ହୋଇଥିବା ସାମଗ୍ରୀର ଅନଲାଇନ ସପିଂ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମଗ୍ରୀ କିଣିବା ସଂକ୍ରାନ୍ତରେ ସୂଚନା ଦେବା ପରେ ବହୁ ଲୋକ ସେହି ସବୁ ସାମଗ୍ରୀ କିଣିବାରେ ଲାଗି ପଡ଼ିଥିଲେ । ଫଳରେ ମାତ୍ର ଅଳ୍ପ ସମୟ ମଧ୍ୟରେ ସେହିସବୁ ସାମଗ୍ରୀ ଆଉଟ ଅଫ ଷ୍ଟକ ହୋଇଯାଇଛି । ନରେନ୍ଦ୍ର ମୋଦି ପ୍ରଥମେ ତାମିଲନାଡୁର ଟୋଡା ଜନଜାତିଙ୍କ ଦ୍ୱାରା ଏକ ଶାଲ କିଣିଥିଲେ । ଯେଉଁଥିରେ ହାତରେ ଡିଜାଇନ କରାଯାଇଥିଲା । ଏହି ସାଲର ଦାମ ୩ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ଅଡର଼୍ର କରିବାର କିଛି ସମୟ ପରେ ଏହି ସାମଗ୍ରୀ ଆଉଟ ଅଫ ଷ୍ଟକ ହୋଇଯାଇଥିଲା । ସେହିପରି ମୋଦି ଗୋଣ୍ଡ ପେପରରେ ପ୍ରସ୍ତୁତ ଏକ ପେଂଟିଂ ମଧ୍ୟ କିଣିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନାଗାଲାଣ୍ଡର ପାରମ୍ପରିକ ଶାଲ ଓ ଖଦିରେ ହୋଇଥିବା ମଧୁବନୀ ଷ୍ଟୋଲ ବି କିଣିଛନ୍ତି । ଏହାଛଡ଼ା ଝୋଟ ଫୋଲଡ଼ର, ଆସାମର ଏସଏଚଜି ଦ୍ୱାରା ପ୍ରସ୍ତୁତ ଗାମୁଛା, କେରଳର ପାମ କ୍ରାଫ୍ଟ ନୀଳାଭିଲାକୁ କିଣିବା ସହ ଏହାର ଲିଙ୍କ ମଧ୍ୟ ଟ୍ୱିଟ କରିଛନ୍ତି ।