ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କୁ ଅଧା ଭଡ଼ା ନିୟମ ଲାଗୁ

ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କୁ ଅଧା ଭଡ଼ା ନିୟମ ଲାଗୁ

ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କୁ ଅଧା ଭଡ଼ା ନିୟମ ଲାଗୁ

ଭୁବନେଶ୍ୱର ମୋ ବସରେ ଯାତ୍ରା କଲେ ବରିଷ୍ଠ ନାଗରିକଙ୍କୁ ଅଧା ବଢ଼ା ଦେବାକୁ ପଡ଼ିବ  । ସେମାନଙ୍କ ପାଇଁ ବସରେ ମଧ୍ୟ ୫ଟି ଆସନ ସଂରକ୍ଷିତ ରହିବ  । କ୍ରୁଟ ପକ୍ଷରୁ ଏହି ଘୋଷଣା କରାଯାଇଛି  ।

ମୋ ବସରେ ବରିଷ୍ଠ ନାଗରିକଙ୍କ ପାଇଁ ସିଟ ରହୁନଥିବାରୁ ଅନେକ ସମୟରେ ସେମାନେ ଠିଆ ହୋଇ ଯାଉଥିଲେ  ।  ଏହାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ଭାବେ ୫ଟି ସିଟ ସଂରକ୍ଷଣର ବ୍ୟବସ୍ଥା କରଯାଇଛି  । ସେହିପରି ବସ ଭଡ଼ାରେ ମଧ୍ୟ ୫୦% ରହାତି ମିଳିବ  । ପୂର୍ବରୁ ଏଥିପାଇଁ ସ୍ୱତନ୍ତ୍ର ପାଶ କରିବାକୁ ପଡୁଥିଲା  । କିନ୍ତୁ ଏବେ ବସରେ ଯାତ୍ରା କରିବା ସମୟରେ ହିଁ ଏହି ଦୁଇଟି ସୁବିଧା ଉପଲବ୍ଧ ହେବ  । ଆଜିଠାରୁ ଏହି ସୁବିଧା ପ୍ରଦାନ କରାଯ।ଉଛି  । 

ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସିଟରେ ନବସିବା ପାଇଁ ଯାତ୍ରୀମାନଙ୍କୁ ଅନୁରୋଧ କରାଯିବ  । ଏହାକୁ ସୁନିଶ୍ଚିତ କରିବା ପାଇଁ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି  ।