ମୁଣ୍ଡକାଟ ହତ୍ୟା ମାମଲାରେ ଲଢିବା ପାଇଁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ
ମୁଣ୍ଡକାଟ ହତ୍ୟା ମାମଲାରେ ଲଢିବା ପାଇଁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ
admin
Feb 15, 2021 - 09:35
Updated: Feb 15, 2021 - 09:35
ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ମାମଲା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ହତ୍ୟା ମାମଲାରେ ଲଢିବା ପାଇଁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ କରାଯିବ । ସ୍ୱତନ୍ତ୍ର ଓକିଲ ନିଯୁକ୍ତି କରାଯିବା ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ସ୍ୱତନ୍ତ୍ର ଓକିଲ ସହ ମାମଲାର ତ୍ୱରିତ ଶୁଣାଣି ପାଇଁ କୋର୍ଟରେ ଆବେଦନ ହେବ ବୋଲି ଡିସିପି କହିଛନ୍ତି ।
ପ୍ରକାଶ ଯେ, ଚନ୍ଦକା ଦାସପୁରରେ ଯାହାଙ୍କ ମଣ୍ଡକାଟ ହୋଇଥିଲା ସେ ହେଉଛନ୍ତି ପୁଷ୍ପଲତା ରାଉଳ । ତାଙ୍କ ବୟସ ୨୮ । ତାଙ୍କ ଘର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରିକୁଟି ବସ୍ତି ।
ସ୍ୱାମୀଙ୍କ ମୃତୁ୍ୟ ପରେ ସଞ୍ଜୟ ଦାସଙ୍କ ସଂସ୍ପର୍ଶରେ ପୁଷ୍ପଲତା ଆସିଥିଲେ । ଆଗରୁ ପୁଷ୍ପଲତା ଅଭିଯୁକ୍ତ ସଞ୍ଜୟଙ୍କ ଘରେ ଭଡ଼ା ନେଇ ରହୁଥିଲେ । ମାସେ ହେଲା ସଞ୍ଜୟଙ୍କ ସହ ପୁଷ୍ପଲତା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । ଡିସେମ୍ବର ୨୪ ତାରିଖରେ ପୁଷ୍ପଲତା ପ୍ରୀତିରଞ୍ଜନ ପତିଙ୍କୁ ବାହା ହୋଇଥିଲେ । ପରେ ପ୍ରୀତିରଞ୍ଜନଙ୍କୁ ଛାଡ଼ି ସଞ୍ଜୟ ସହ ଆସି ପୁଷ୍ପଲତା ରହିଥିଲେ । ବିବାହକୁ ନେଇ ସଞ୍ଜୟ-ପୁଷ୍ପଲତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ୩ ତାରିଖ ସନ୍ଧ୍ୟାରେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ସଞ୍ଜୟ ସାଙ୍ଗ ଚନ୍ଦୁକୁ ଡାକି ହତ୍ୟା ପ୍ରମାଣ ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରିଥିଲା । ଘରୁ ରାତିରେ ସହଯୋଗୀ ଚନ୍ଦୁ ସହ ଏକ ବୋଲେରୋରେ ଶବ ନେଇଥିଲେ । ଦାସପୁରରେ ମୁଣ୍ଡକାଟି ଫୋଫାଡ଼ି ଦେଇ ଆସିଥିଲେ । ହତ୍ୟାକାଣ୍ଡ ଘଟଣା ପରେ ଉଭୟ ଦଶପଲ୍ଲା ପଳାଇଯାଇଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କଟାମୁଣ୍ଡ ଜବତ କରାଯାଇଛି ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି ।