ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ ବ୍ରାଞ୍ଚ ଦାଖଲ କଲା ଚାର୍ଜଫ୍ରେମ

ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ ବ୍ରାଞ୍ଚ ଦାଖଲ କଲା ଚାର୍ଜଫ୍ରେମ

ମାନସ ସ୍ୱାଇଁ ହତ୍ୟା ମାମଲାରେ  କ୍ରାଇମ ବ୍ରାଞ୍ଚ ଦାଖଲ କଲା ଚାର୍ଜଫ୍ରେମ


ଭଦ୍ରକ: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୬ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଲରୁ ଅଣାଯାଇ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ସବୁ ଅଭିଯୁକ୍ତିଙ୍କୁ ଚାର୍ଜଫ୍ରେମ କରାଯାଇଛି ।

ପ୍ରକାଶ ଯୋଗ୍ୟ, କ୍ୟାମେରାମ୍ୟାନ ମାନସ ସ୍ୱାଇଁକୁ ଚାନ୍ଦବାଲି ପଳାସପୁର ଗ୍ରାମରୁ ଅପହରଣ କରିନେଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ନିର୍ୟାତନା ଦିଆଯାଇ ହତ୍ୟା କରାଯାଇଥିଲା । ପରେ ତାଙ୍କ ମୃତ ଶରୀର ନୟାଗଡ଼ରୁ ନିକଟରୁ ମିଳିଥିଲା । ପ୍ରଥମେ ଚାନ୍ଦବାଲି ପୁଲିସ ଏକ ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ତଦନ୍ତ ସମୟରେ ମୁଖ୍ୟ ଅଭିଯୁକ୍ତ ସମ୍ପୂର୍ଣ୍ଣ ନିଉଜର ମାଲିକାଣି ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଥିଲା । ତାଙ୍କ ବୟାନ ଆଧାରରେ ସହଯୋଗୀ ଝୁନା ଭୋଇ, କୃଷ୍ଣଚନ୍ଦ୍ର ନାୟକ, ନିରଞ୍ଜନ ସେଠୀ, ଭାଗ୍ୟଧର ନାୟକ, ରଂଜନ କୁମାର ନାୟକଙ୍କୁ ଗିରଫ କରାଯାଇଥିଲା । ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରିବା ପରେ ଚଳିତ ମାସ ୮ ତାରିଖ ଏହା ଜିଲ୍ଲାଜଜ୍‌ କୋର୍ଟକୁ ସ୍ଥାନାନ୍ତର ହୋଇ ଏସଟି ନଂ ୪୭୮୯/୨୨ ମୂଳେ ଚାର୍ଜଫ୍ରେମ କରିବାକୁ ତାରିଖ ଧାର୍ୟ୍ୟ ହୋଇଥିଲା ।