ମାନସିକ ଶାନ୍ତି

ମାନସିକ ଶାନ୍ତି

ମାନସିକ ଶାନ୍ତି
ଆଜିର ବସ୍ତୁବାଦୀ ଦୁନିଆରେ ଅର୍ଥ ଓ ସମ୍ପତ୍ତି ସମସ୍ତଙ୍କ କାମ୍ୟ । ମଣିଷ ପାଇଁ ଏହା ଏତେ ଜରୁରୀ ହୋଇପଡ଼ିଛି ଯେ ମରୀଚିକା ପରି ତା ତା ପଛରେ ଧାଉଁଛି । ଏହାର ପ୍ରତିଦାନରେ ସେ ନିଜର ସୁଖଶାନ୍ତିକୁ ମଧ୍ୟ ବାଜିରେ ଲଗାଇ ଦେଉଛି । ଅର୍ଥର ଶକ୍ତି ଓ ଆବଶ୍ୟକତାକୁ ଅସ୍ୱୀକାର କରି ହେବ ନାହିଁ । ହେଲେ ତାହା ସବୁ କିଛି ନୁହେଁ । ଗୋଟିଏ ପଦରେ କହିଲେ ଅର୍ଥ ବହୁତ କିଛି, ମାତ୍ର ସବୁକିଛି ନୁହେଁ । ସବୁଠାରୁ ବଡ଼ କଥା ହେଲା ଅର୍ଥ ଦ୍ୱାରା ଶାନ୍ତି କିଣାଯାଇପାରିବ ନାହିଁ । ଶାନ୍ତି ଆସେ ସନ୍ତୋଷରୁ । ପେଟର ଭୋକ ସୀମିତ, ମନର ଭୋକ ଅସୀମ । ଏହି ଲୋକ ହିଁ ଶାନ୍ତିର ଶତ୍ରୁ । ବାସ୍ତୁଶାସ୍ତ୍ର ଅନୁସାରେ ମଣିଷର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଉପରେ । ଏହି ଦୁଇ ଶକ୍ତିକୁ ନିୟନ୍ତ୍ରିତ କରି ଆପଣ ମାନସିକ ଶାନ୍ତି ପାଇପାରିବେ ।