ମୁହଁ ଚମକାଇବ ଗୋଲାପ ଜଳ
ଭୁବନେଶ୍ୱର : ସୁନ୍ଦରୀ ଦେଖାଯିବାକୁ ଆଜିକାଲି କିଏ ବା ନ ଚାହେଁ । ଯୁବତୀ ହୁଅନ୍ତୁ ବା ମହିଳା ମାନେ ତ୍ୱଚାର ଯତ୍ନ କରିବାକୁ ଯାଇ ବହୁତ ସାରା ଟଙ୍କା ଖର୍ଚ୍ଚ କରୁଛନ୍ତି। ପାର୍ଲର ଯିବା ବଦଳରେ ଘରେ ରହି ମଧ୍ୟ ଭଲ ଭାବେ ତ୍ୱଚାର ଯତ୍ନ ନେଇପାରିବେ ତା ପୁଣି ଘରୋଇ ଉପଚାରରେ । ଗୋଲାପ ଜଳ ପ୍ରତିଦିନ ଲଗାଇଲେ ତ୍ୱଚାର ସୋନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଚମକ ମଧ୍ୟ ଆସେ, ତେଣୁ ଗୋଲାପ ଜଳକୁ ତାଲିକାରେ ସାମିଲ୍ କରନ୍ତୁ ।
ଯେ କୋଣସି ଫେସ୍ ମାସ୍କରେ ଗୋଲାପ ଜଳ ମିଶାଇ ଲଗାନ୍ତୁ । ବ୍ରଣ ,ଦାଗ ସମସ୍ୟା ଧୀରେ ଧୀରେ ଦୂର ହେବ । ଗୋଲାପ ଜଳ ଏକ ଭଲ ଟୋନର୍ ପରି କାମ କରେ । ଗାଧୋଇ ସାରି ତୁଳାରେ ଗୋଲାପ ଜଳ ନେଇ ମୁହଁରେ ଲଗାନ୍ତୁ । ସୋନ୍ଦର୍ଯ୍ୟ ବିଶେଷଜ୍ଞ କହିଛନ୍ତି , ଏହା ତ୍ୱଚା ପାଇଁ ପ୍ରାକୃତିକ ଟୋନର୍ ପରି କାମ କରେ।
ତୈଳିୟ ତ୍ୱଚାରେ ଗୋଲାପ ଜଳ ଚମକ୍ରାରିତା ଦେଖାଏ । ବେସନ , ମୁଲତାନି ମାଟି , ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାଇବେ । ୧୫ ମିନିଟ୍ ପରେ ଉଷୁମ୍ ପାଣିରେ ଧୋଇବେ । ଗୋଲାପ ଫୁଲ ପାଖୁଡ଼ାରେ ପ୍ରସ୍ତୁତ ଶୁଦ୍ଧ ଗୋଲାପ ଜଳ ପ୍ରତିଦିନ ତ୍ୱଚାରେ ଲଗାଇଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ଦେଖାଯାଏ ।




admin 