ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି : ରାଷ୍ଟ୍ରପତି

ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି : ରାଷ୍ଟ୍ରପତି

ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି : ରାଷ୍ଟ୍ରପତି


ନୂଆଦିଲ୍ଲୀ: କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ଇଣ୍ଡିଆନ ରାଇସ କଂଗ୍ରେସକୁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଛନ୍ତି ।
ଏହି ଅବସରରେ ସେ ନିଜ ଅଭିଭାଷଣ ରଖି କହିଛନ୍ତି ଯେ ଯୁବ ବୈଜ୍ଞାନିକ, ବିଶେଷ କରି ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି । ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କ’ଣ ତାହା ସମସ୍ତଙ୍କୁ ଜଣା ।  ଚାଉଳ ଉପôାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି ।  ବିଭିନ୍ନ ପୂଜା ପାର୍ବଣରେ ଧାନର ଭୂମିକା ଅନସ୍ୱୀକାର୍ଯ୍ୟ । ଚାଉଳକୁ ଜୀବନର ଶସ୍ୟ ବୋଲି କୁହାଯାଏ । ସର୍ବାଧିକ ଚାଉଳ ରପ୍ତାନୀ କରି ଭାରତ ଅନେକ ଦେଶକୁ ଖାଦ୍ୟ ଦେଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଧାନ ଉପôାଦନରେ ବାଧା ସୃଷ୍ଟି କରିଛି ।  ପ୍ରାକୃତିକ ବିପର୍ଯ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି । ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି ।  ଇକୋ ଫ୍ରେଣ୍ଡଲି ଧାନ ଚାଷ ପାଇଁ ବୈଜ୍ଞାନିକମାନଙ୍କ ଉଦ୍ୟମ ଲୋଡ଼ା ।  ଆମ ବୈଜ୍ଞାନିକମାନେ ଏଥିପାଇଁ କାର୍ଯ୍ୟ କରିବେ ବୋଲି ରାଷ୍ଟ୍ରପତି ଆାଶାପୋଷଣ କରିଥିଲେ । 

 ଏହି ଅବସରରେ ଇଣ୍ଡିଆନ ରାଇସ କଂଗ୍ରେସ ଉପରେ ଆଧାରିତ ପୁସ୍ତକ ଉନ୍ମୋଚିତ ହୋଇଥିଲା ।  କାର୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଉଭୟ କେନ୍ଦ୍ର ଓ ରାଜ୍ୟ କୃଷିମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହାସହ ଏହି ଅବସରରେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଉଦବୋଧନ ଦେଇଥିଲେ।

ଏଥିରେ ଉଦବୋଧନ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି, କୃଷି ଓ କୃଷକଙ୍କର ବିକାଶ ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ନିରନ୍ତର ଚେଷ୍ଟା ଚଳାଇଛି। ଭାରତ ସାରା ବିଶ୍ବରେ ଧାନ ଉତ୍ପାଦନରେ ପ୍ରଥମ ହୋଇଛି। ପିଏମ୍ କିସାନ ସମ୍ମାନ ନିଧି ପ୍ରଚଳନ କରି କେନ୍ଦ୍ର ସରକାର ଏଯାଏ  ସାଢ଼େ ୧୧ କୋଟି କୃଷକଙ୍କୁ ୨.୨୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି।