ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ
ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ପରିତାପର କଥା ହେଉଛି, ଏଥିରେ ମହାପ୍ରଭୁଙ୍କ ଗର୍ଭଗୃହରେ ଅବସ୍ଥାନ ବେଳର ଫଟୋ ରହିଛି । ତେଣୁ ଗର୍ଭଗୃହ ଭିତରେ ଠାକୁରଙ୍କ ଫଟୋ କିଭଳି ଭିଡିଓ ହୋଇ ଭାଇରାଲ ହେଲା ତାହାକୁ ନେଇ ଛାନଭିନ ଆରମ୍ଭ ହୋଇଛି । ଏହି ଘଟଣା ପଦାକୁ ଆସିବା ପରେସେବାୟତମାନେ ମନ୍ଦିର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଧ୍ୟାନ କରି ଥାନାରେ ଜଣାଇବେ ବୋଲି କହିଛନ୍ତି । ଏବେ ଲକଡାଉନ ଚାଲୁଥିବା ବେଳେ କେବଳ ମନ୍ଦିରର ପାଳିଆ ସେବାୟତ ଓ ଚନ୍ଦନ ଯାତ୍ରା ପାଳିଆ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ରହିଛି । ମନ୍ଦିରରେ ସିସିଟିଭି ରହିଥିବା ବେଳେ ମନ୍ଦିର ପ୍ରଶାସନ ଏବଂ ଏଏସଆଇ ପକ୍ଷରୁ କଡ଼ା ନଜର ରଖାଯାଇଥାଏ । ଏସବୁ ସତ୍ତ୍ୱେ ଜଣେ ଯୁବକ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିଥିବା ଘଟଣା ପଦାକୁ ଆସିଛି । ତେଣୁ ପାଳି କରିବାକୁ ଆସିଥିବା କେହି ସେବାୟତ ମନ୍ଦିର ଗର୍ଭଗୃହରେ ଫଟୋକୁ ଭାଇରାଲ କରିଛି ବୋଲି ଅଭିଯୋଗ କରାଯାଇଛି । କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ ସିସିଟିଭି ଓ ଭାଇରାଲ ଫଟୋକୁ ଯାଞ୍ଚ କରିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।