ମସ୍‌ଜିଦରେ ଦେଶ ବିରୋଧୀ ସ୍ଳୋଗାନ୍, ୧୩ ଗିରଫ

ମସ୍‌ଜିଦରେ ଦେଶ ବିରୋଧୀ ସ୍ଳୋଗାନ୍, ୧୩ ଗିରଫ

ମସ୍‌ଜିଦରେ ଦେଶ ବିରୋଧୀ ସ୍ଳୋଗାନ୍, ୧୩ ଗିରଫ

ଜମ୍ମୁ: ମସ୍‌ଜିଦରେ ଦେଶ ବିରୋଧୀ ସ୍ଳୋଗାନ୍‌ ଦେଓ  ୧୩ ଜଣ ଗିରଫ ହୋଇଛନ୍ତି। ଶ୍ରୀନଗରର ଜାମିଆ ମସଜିଦ୍ରୁ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ପ୍ରାର୍ଥନା ପରେ ସେଠାରେ ଗୋଟିଏ ଗୋଷ୍ଠୀ ଦେଶ ବିରୋଧୀ ସ୍ଳୋଗାନ ଦେଉଥିବା ପୁଲିସ କହିଛି। ୨୦୨୧ ପରେ ଏଠିକାର ମସଜିଦ୍ରେ ଏକାଠି ଦେଶ ବିରୋଧୀ ନାରାବାଜି କରିବା ଦ୍ୱତୀୟ ବୃହତ୍ତ ଘଟଣା।  ଦୀର୍ଘ ଦିନ ପରେ ନିକଟରେ  ଶୁକ୍ରବାର ମସଜିଦ୍ରେ ପ୍ରାର୍ଥନା ପାଇଁ ଅନୁମତି  ଦିଆଯାଇଥିଲା।  ଜମ୍ମୁ କଶ୍ମୀରରି ସ୍ୱତନ୍ତ୍ର ମାନ୍ୟତା ଧାରା ୩୭୦କୁ  ୨୦୧୯ ଅଗଷ୍ଟ ୫ ତାରିଖରେ ଉଚ୍ଛେଦ କରାଯାଇଥିଲା।

ଏହା ପରେ ଆଇନଶୃଙ୍ଖଳା ଦୃଷ୍ଟିକୁ ରଖି ସେଠାରେ ଉକ୍ତ ମସଜିଦକୁ ବନ୍ଦ କରାଯାଇଥିଲା। ଭ୍ୟାଲିରେ ଏହି ମସଜିଦଟି ହେଉଛି ସବୁଠାରରୁ ବଡ଼ ଧାର୍ମିକସ୍ଥଳ। ସୁରକ୍ଷା ଏବଂ କୋଭିଡ୍ କାରଣରୁ ସେବେଠାରୁ ଉକ୍ତ ମସଜିଦକୁ ବନ୍ଦ କରାଯାଇଥିଲା।

ଶୁକ୍ରବାର ମସଜିଦରେ ୨୪୦୦୦ ଲୋକ ପ୍ରାର୍ଥନା ପାଇ ଏକାଠି ହୋଇଥିଲା। ଏହି ସମୟରେ ସେଠାରେ ବିଭିନ୍ନ ପ୍ରକାର ଭାରତ ବିରୋଧ  ନାରା ଦିଆଯାଇଥିଲା। ତେବେ ଏହି ନାରା ବାଜି ପଛରେ ଏକ ସୁଚିନ୍ତିତ ଯୋଜନା ଏବଂ ଷଡ଼ଯନ୍ତ୍ର ଥିବା ଥିବା ପୁଲିସ କହିଛି।