ଭୋରରୁ ବାଜିଲା ହନୁମାନ ଚାଳିଶା, ମହାରାଷ୍ଟ୍ର ରାଜନୀତି ହଲଚଲ
ଭୋରରୁ ବାଜିଲା ହନୁମାନ ଚାଳିଶା, ମହାରାଷ୍ଟ୍ର ରାଜନୀତି ହଲଚଲ
ମୁମ୍ବାଇ: ହନୁମାନଚାଳିଶାକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର ଧରିଛି। ମସ୍ଜିଦରେ ଲାଉଡ୍ସ୍ପିକର ହଟାଇବା ନେଇ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଦେଇଥିବା ଅଲ୍ଟିମେଟମ୍ ଶେଷ ହୋଇଛି। ଗତକାଲି ଠାରୁ ଲାଉଡ୍ସ୍ପିକରରେ ଆଜାନ ଶୁଭିଲେ ଲାଉଡ୍ସ୍ପିକରରେ ହନୁମାନ ଚାଳିଶା ବଜାଇବା ପାଇଁ ଆହ୍ୱାନ ଦେଇଥିଲେ ରାଜ୍ ଠାକରେ। ଫଳରେ ଆଜି ଭୋରରୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ହନୁମାନଚାଳିଶା ପାଠ କରାଯାଇଥିଲା। ସେପଟେ ଆଜାନ ବାଜୁଥିବା ବେଳେ ମସ୍ଜିଦର ଆଖପାଖ ଅଞ୍ଚଳରେ ଲୋକମାନେ ହନୁମାନଚାଳିଶା ଲାଉଡ୍ସ୍ପିକରରେ ବଜାଇଥିଲେ। ପୁଲିସର କଡା ଅଭିମୁଖ୍ୟ ସତ୍ତ୍ୱେ ବି ଆଜି ସକାଳେ ମହାରାଷ୍ଟ୍ରର କେତେକ ସ୍ଥାନରେ ମସଜିଦ ସାମ୍ନାରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ କରାଯାଇଛି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ହଲ୍ଚଲ୍ ହୋଇଛି। ଆଇନ୍ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମହା ବିକାଶ ଅଘାଡ଼ିର ନେତାମାନେ ଏକାଠି ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ କଂଗ୍ରେସ, ଏନ୍ସିପି ଏବଂ ଶିବସେନାର ନେତାମାନେ ବୈଠକ କରିଛନ୍ତି। ଇୟଗ୍ଦ ଭଚ୍ଚ
ଠିକ୍ ଅଜାନ ପାଠ କରିବା ସମୟରେ ମୁମ୍ବାଇର କାନ୍ଦିବଲି ସ୍ଥିତ ଚାରକୋପ୍ରେ ଏମ୍ଏନ୍ଏସ କର୍ମୀମାନେ ନିଜ ବିଲ୍ଡିଂର ଛାତ ଉପରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ କରିଛନ୍ତି। ସେପଟେ ଏହି ବିବାଦ ଭିତରେ ପୁଲିସ ଧାରା ୧୪୯ ଅନୁଯାୟୀ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେଙ୍କୁ ନୋଟିସ ଜାରି କରିଛି। ଜ୍ଞାତ ଅପରାଧିମାନଙ୍କୁ ରୋକିବା ପାଇଁ ଏହି ଧାରାରେ ନୋଟିସ ଜାରି କରାଯାଇଥାଏ। ଏହି ଧାରା ଅନୁଯାୟୀ ପୁଲିସ ବିନା ୱାରେଣ୍ଟରେ ବି ଗିରଫ କରିପାରିବ।
ଉଲ୍ଲେଖ ଯୋଗ୍ୟ ଯେ, ଲାଉଡସ୍ପିକର ବନ୍ଦ କରିବାକୁ ନେଇ ଏମ୍ଏନ୍ଏସ୍ ନେତା ରାଜ ଠାକରେ ଓ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରାଜ ଠାକରେଙ୍କ ଦ୍ୱାରା ଅଜାନ ବିରୋଧରେ ହନୁମାନ ଚାଳିଶା ପାଠ କରାଯିବ ବୋଲି ଚେତାବନି ଦେବା ପରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର କିଛି କର୍ମୀଙ୍କୁ ପୁଲିସ ଅଟକ ରଖିଛି।
ସେପଟେ ରାଜ ଠାକରେଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୁମ୍ବାଇ ଦାଦର ସ୍ଥିତ ଶିବତୀର୍ଥ ବାହାରେ ମଧ୍ୟ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହା ପୂର୍ବରୁ ଘଟଣାରେ ରାଜ ଠାକରେଙ୍କ ବିରୋଧରେ ଔରଙ୍ଗାବାଦ ପୁଲିସ ଷ୍ଟେସନ୍ରେ ମାମଲା ରୁଜୁ ହୋଇଛି।




admin 