ବଢ଼ିଲା ଏଲ୍ପିଜି ସିଲିଣ୍ଡର ଦର
ବଢ଼ିଲା ଏଲ୍ପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ଆଜିଠାରୁ ବଢ଼ିଛି ରନ୍ଧନ ଗ୍ୟାସ ଦର। ତେବେ ଏହା ଘରୋଇ ଇନ୍ଧନ ଗ୍ୟାସ ନୁହେଁ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଗ୍ୟାସ ଦର ବଢ଼ିଛି। ମଙ୍ଗଳବାର ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ୧୦୫ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାର ୨,୦୧୨ ଟଙ୍କା ହୋଇଯାଇଛି । ସେହିପରି କୋଲକାତାରେ ଏହି ଗ୍ୟାସ ଦର ୧୦୮ ଟଙ୍କା ବଢିଥିବା ଜଣାପଡିଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ ।
୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି । ଏହି ସିଲିଣ୍ଡର ଦାମ୍ ୨୭ ଟଙ୍କା ବଢିଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୫୬୯ ଟଙ୍କା ଦେଇ ୫ କେଜି ସିଲିଣ୍ଡର କିଣିବେ ଉପଭୋକ୍ତା । ଆଶ୍ବସ୍ତିକର ବିଷୟ ଏହା ଯେ, ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ବଢିଥିଲେ ହେଁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି ।




admin 