ବ୍ଲାକହେଡ଼ ସମସ୍ୟାରୁ ପାଆନ୍ତୁ ମୁକ୍ତି

ବ୍ଲାକହେଡ଼ ସମସ୍ୟାରୁ ପାଆନ୍ତୁ ମୁକ୍ତି

ବ୍ଲାକହେଡ଼ ସମସ୍ୟାରୁ ପାଆନ୍ତୁ ମୁକ୍ତି

ଭୁବନେଶ୍ୱର: ବର୍ତ୍ତମାନ ବଢୁଥିବା ପ୍ରଦୂଷଣ ଯୋଗୁଁ ଚେହେରାର ଦେଖାଶୁଣା କରିବା ବହୁତ ମୁସ୍କିଲ ହୋଇପଡିଥାଏ। ଏଥିପାଇଁ ଚେହେରାରେ କଳା କିମ୍ବା ଧଳା ରଙ୍ଗର ଦାନା ଦାନ ପରି ଦେଖାଯାଏ। ଏହାର ମୁଖ୍ୟ କାରଣ ହୋଇଥାଏ, ମୁହଁରେ ପୋରସ ବନ୍ଦ ହେବା କିମ୍ବା ସ୍କିନ ଡେଡ୍‌ ହେବା। ଏମିତିରେ ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ବତାଇବୁ, ଯାହା ସାହାଯ୍ୟରେ ବ୍ଲାକହେଡସ୍‌ ସମସ୍ୟାରୁ ମୁକ୍ତି ପାଇପାରିବେ। ଓଟସ୍‌ ସ୍କ୍ରବ ଯାହା ସ୍କିନ ଭିତରୁ ସଫା କରିବା ସହ କୋମଳତା ଆଣିଥାଏ ଏବଂ ବ୍ଲାକହେଡସ୍‌ ବାହାର କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ସ୍କ୍ରବ..

ଆବଶ୍ୟକୀୟ ସାମଗ୍ରୀ :
କଦଳୀ- ୧/୨ ( ଚକଟା ହୋଇଥିବା)
ଓଟସ୍‌- ୧ ଟେବଲସ୍ପୁନ (ପାଉଡର)
ମହୁ- ୧ ଟେବୁଲସ୍ପୁନ
ଅଲିଭ ଅଏଲ : ୧ ଟେବୁଲସ୍ପୁନ
ବାଦାମ ତେଲ : ୧ ଟେବୁଲସ୍ପୁନ

ବ୍ୟବହାର କରିବାର ଉପାୟ : ଏକ ପାତ୍ରରେ ସମସ୍ତ ଜିନିଷକୁ ଭଲଭାବେ ମିଶ୍ରଣ କରିନିଅନ୍ତୁ। ଏବେ ଏହି ପେଷ୍ଟକୁ ସର୍କୁଲାର ମୋସନରେ ମସାଜ କରି ହାଲକା ଭାବେ ମସାଜ କରନ୍ତୁ। ଏହାକୁ ୫-୧୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ତା’ ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।