ବ୍ରିଟେନବାସୀଙ୍କୁ ସମ୍ବୋଧିତ କରିବେ କିଙ୍ଗ୍ ଚାର୍ଲସ

ବ୍ରିଟେନବାସୀଙ୍କୁ ସମ୍ବୋଧିତ କରିବେ କିଙ୍ଗ୍ ଚାର୍ଲସ

ବ୍ରିଟେନବାସୀଙ୍କୁ ସମ୍ବୋଧିତ କରିବେ କିଙ୍ଗ୍ ଚାର୍ଲସ

ନୂଆଦିଲ୍ଲୀ: ରାଣୀ ଏଲିଜାବେଥଙ୍କ ହେଦାନ୍ତ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ୍ ନୂଆ ଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୩ ବର୍ଷୀୟ ଚାର୍ଲସ୍ ଏବେ କିଙ୍ଗ ଚାଲର୍ସ-ଥ୍ରୀ ଭାବେ ପରିଚିତ ହେବେ । ସେ ଆଜି ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ । ୧୯୪୮ରେ ଚାର୍ଲସ ଜନ୍ମଗ୍ରହଣ କରିଥିଲେ  ।

୧୯୬୯ରେ ତାଙ୍କୁ ଆନୁଷ୍ଠାନିକ ଭାବେ ରାଣୀ ଏଲିଜାବେଥଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଥିଲା । ବ୍ରିଟିଶ ସେନାରେ ମଧ୍ୟ କାର୍ୟ୍ୟ କରିଛନ୍ତି ଚାର୍ଲସ୍ । ବ୍ରିଟେନର ରାଜପରିବାର ସଦସ୍ୟ ହେବା ସହ ସେ ପରିବେଶ ସୁରକ୍ଷା ଓ ଶିକ୍ଷାର ପ୍ରସାର ଦିଗରେ କାର୍ୟ୍ୟ କରିଆସୁଛନ୍ତି । ଚାଲର୍ସ ୧୯୮୧ରେ ଡାଏନାଙ୍କୁ ବିବାହ କରିଥିଲେ । ପରେ ଦୁର୍ଘଟଣାରେ ଡାଏନାଙ୍କ ମୃତ୍ୟୁ ଘଟିଥିଲା ।