ବୋହୂ ହାତଗୋଡ଼ ବାନ୍ଧି ଗୁହାଳରେ ଫିଙ୍ଗିଲେ

ବୋହୂ ହାତଗୋଡ଼ ବାନ୍ଧି ଗୁହାଳରେ ଫିଙ୍ଗିଲେ

ବୋହୂ ହାତଗୋଡ଼ ବାନ୍ଧି ଗୁହାଳରେ ଫିଙ୍ଗିଲେ
ଭଞ୍ଜନଗର:ଶାଶୁଘର ଲୋକେ ବୋହୂ ହାତଗୋଡ଼ ବାନ୍ଧି ଗୁହାଳରେ ଫିଙ୍ଗି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ବୁଗୁଡ଼ା ଥାନା ମକରାପଲ୍ଲ ଗାଁରେ ଏହି ଘଟଣା ଘଟିଛି । ୮ ମାସ ତଳେ ବାହା ହୋଇଥିବା ବୋହୂ ଶାଶୁ ଘରେ ରହୁଥିଲେ । ସ୍ୱାମୀ ବାହାରେ ରହୁଥିବାବେଳେଳ ଘରେ ଶାଶୁ, ଶ୍ୱଶୁର ଓ ନଣନ୍ଦ ଥିଲେ । ଏହାରି ଭିତରେ ବୋହୂ ନିଖୋଜ ହୋଇଥିବା ସମ୍ପର୍କରେ ଶାଶୁ, ଶ୍ୱଶୁର ଓ ନଣନ୍ଦ ପ୍ରଚାର କରିଦେଇ ଥିଲେ । ତେବେ ଆଜି ପଡେ଼ାଶୀ ଘର ଗୁହାଳରୁ ବୋହୂକୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା । ଗାଁ ଲୋକେ ସମ୍ପୃକ୍ତ ମହିଳାଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଠାବ କରିଥିଲେ ।