ବେଲ୍ଟରେ କୋଟିଏ ଟଙ୍କା
ବେଲ୍ଟରେ କୋଟିଏ ଟଙ୍କା
ନୂଆଦିଲ୍ଲୀ: ବେଲ୍ଟରେ କୋଟିଏ ଟଙ୍କା। ଏହା କେମିତି ସମ୍ଭବ। ବେଲ୍ଟର ମୂଲ୍ୟ କ’ଣ କୋଟିଏ ଟଙ୍କା ହୋଇ ପାରିବ। ମାତ୍ର ଏହାକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି। ସେ ତାଙ୍କ ବେଲ୍ରେ କୋଟିଏ ଟଙ୍କାର ସୁନା ଆଣିବାରେ ସକ୍ଷମ ହୋଇଛନ୍ତି। ପ୍ରାୟ ୨୩୩୦ ଗ୍ରାମର ସୁନା ଚେନ୍କୁ ବ୍ୟକ୍ତି ଜଣକ ତାଙ୍କ ବେଲ୍ଟରେ ଅତି ଚତୁରତାର ସହିତ ଦୁବାଇରୁ ଆଣିଥିଲେ। ହେଲେ ନୂଆଦିଲ୍ଲୀ ବିମାନବନ୍ଦରରେ ସନ୍ଦେହ ହେବାରୁ ତାଙ୍କର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବିମାନବନ୍ଦର କର୍ତୃପକ୍ଷ ଓ କଷ୍ଟମ୍ସ କର୍ମଚାରୀ ପ୍ୟାଣ୍ଟ୍ ଭିତରେ ଅଣ୍ଟାରେ ଗୁରା ହୋଇଥିବା ଆଉ ଏକ ବେଲ୍ଟରେ ସୁନା ଚେନ୍ ରହିଥିବା ଦେଖିଥିଲେ। ଯାହାର ଓଜର ଥିଲା ୨୩୩୦ ଗ୍ରାମ୍। ଏବଂ ଏହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ବ୍ୟକ୍ତ ଜଣକ ପୂର୍ବରୁ ମଧ୍ୟ ୪ ଥର ଏପରି ସୁନା ଦୁବାଇରୁ ଆଣିବାରେ ସଫଳ ହୋଇଛି। ତେବେ ଏଥର ବିମାନବନ୍ଦର କର୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା। ଯାଞ୍ଚ କରିବାରୁ ଏତେ ପରିମାଣରେ ସୁନା ବିଦେଶରୁ ଆଣୁଥିବା ଜଣାପଡ଼ିଥିଲା।




admin 