ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କବି ଜୟନ୍ତ ମହାପାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । କବି ଜୟନ୍ତ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଆରୋଗ୍ୟ କାମନା କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଜୟନ୍ତ ମହାପାତ୍ର କୋଭିଡ୍ ସଂକ୍ରମଣ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଏସିସିବି ଦ୍ୱିତୀୟ କୋଭିଡ୍ ୟୁନିଟର ୨୪ ନମ୍ବର ଆଇସିୟୁରେ ଭର୍ତି କରାଯାଇଛି । ଉଭୟ ଇଂରାଜୀ ଏବଂ ଓଡିଆରେ କବିତା ରଚନା କରି ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିବା ୯୩ ବର୍ଷୀୟ ଏହି ସାରସ୍ୱତ ସ୍ରଷ୍ଟାଙ୍କ ଚିକିତ୍ସା ପାଇଁ ଏସିସିବି ପକ୍ଷରୁ ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ଗଠନ କରାଯାଇଛି ।