ବିରଞ୍ଚି ଏକା ଦାୟୀ ନୁହନ୍ତି: ବିଜୟ

ବିରଞ୍ଚି ଏକା ଦାୟୀ ନୁହନ୍ତି: ବିଜୟ

ବିରଞ୍ଚି ଏକା ଦାୟୀ ନୁହନ୍ତି: ବିଜୟ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଦ୍ୟଙ୍କ ପିଏସ ବିରଞ୍ଚି ସାହୁ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପ୍ରସଙ୍ଗରେ  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଯେ,  ବିରଞ୍ଚି ଏକା ଦାୟୀ ନୁହନ୍ତି, କମିଶନ ଓ ସଦସ୍ୟ ସମପରିମାଣରେ ଦାୟୀ  । କମିଶନ ଓ ସଦସ୍ୟଙ୍କୁ ସେଠାରୁ ତୁରନ୍ତ ହଟାଯିବା ଦରକାର । ସେଠାରୁ ହଟାନଗଲେ ଗଫଲତି ହେବାର ସମ୍ଭାବନା ରହିଛି ।  ଟଙ୍କା ନଦେଲେ ଚାକିରି ହୁଏ ନାହିଁ ବୋଲି ଦୀର୍ଘ ବର୍ଷ ହେଲା ଅଭିଯୋଗ ହୋଇଆସୁଥିଲା । 

ପ୍ରକାଶ ଯେ, ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ (ଓଏସ୍‌ଏସ୍‌ସି)ରେ ଚାକିରି ବିକ୍ରି ପଛରେ ନେତା ଓ ଅଫିସ୍‌ରଙ୍କ ହାତ ରହିଛି ବୋଲି ଭିଜିଲାନ୍ସକୁ କହିଛନ୍ତି ବିରଞ୍ଚି । ହେଲେ ଓଏସ୍‌ଏସ୍‌ସିର ସମ୍ମାନକୁ ଦୃଷ୍ଟିରେ ରଖି ଭିଜିଲାନ୍ସ ଏ ସବୁ ତଥ୍ୟ ଗଣମାଧ୍ୟମ ଠାରୁ ଦୂରରେ ରଖୁଛି ।
ସାଧାରଣ କିରାଣିରୁ ଏସ୍‌ଏସ୍‌ସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ହେବା ପରେ କେଉଁ ବାଟ ଦେଇ ଆୟ କରିଛନ୍ତି କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି ? ଏହା ପଛରେ ଆଉ କିଏ ବଡ଼ମୁଣ୍ଡ ଅଛନ୍ତି ? ତାଙ୍କ ଗଡ୍‌ ଫାଦର କିଏ? କେତେ ସଂଖ୍ୟକ ଚାକିରି ବିକ୍ରି କରିଛନ୍ତି? କେତେ ଟଙ୍କାରେ ବିକୁଥିଲେ ? ଏହି ସବୁ ଦିଗ ଆଧାରରେ ବିରଞ୍ଚଙ୍କୁ ଜେରା ଆରମ୍ଭ କରିଥିଲା ଭିଜିଲାନ୍ସ । ପ୍ରଥମ ଓ ଦ୍ୱିତୀୟ ଦିନ ବିରଞ୍ଚି ଠାରୁ କିଛି ତଥ୍ୟ ମିଳି ନଥିଲା । ହେଲେ ତୃତୀୟ ଦିନ ଏମିତି ତଥ୍ୟ ଦେଇ ପୂରା ବ୍ୟବସ୍ଥାର ଗୁମର ପଦାରେ ପକାଇ ଦେଇଛନ୍ତି । ଶୁକ୍ରବାର ଦିନ ତାଙ୍କ ରିମାଣ୍ଡ ସରିବ ।