ବିଜେପିରେ ଅଞ୍ଜଳି

ବିଜେପିରେ ଅଞ୍ଜଳି

ବିଜେପିରେ ଅଞ୍ଜଳି

ଭୁବନେଶ୍ବର: ରାଜନୀତିରେ ନୂଆ ଇଂନିସ ଆରମ୍ଭ କଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। ଆଜି ସେ ବିଜେପିରେ ଯୋଗ ଦେଇ ପଦ୍ମ ଧରିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଅଞ୍ଜଳି ଆଜି ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଜେଡିର ବିଧାୟିକା ଥିଲେ ଅଞ୍ଜଳି। ନବୀନ ପଟ୍ଟନାୟକଙ୍କ ସରକାରରେ ଦୁଇ ଥର ମନ୍ତ୍ରୀ ଥିଲେ। ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୪ରେ ତାଙ୍କୁ ଦଳୀୟ ଟିକେଟ ଦିଆଯାଇନଥିଲା । ପରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ତାଙ୍କୁ ବହିଷ୍କାର ମଧ୍ୟ କରିଥିଲା। ଏଵେ ଅଞ୍ଜଳି ବିଜେପିରେ ଯୋଗ ଦେଇ ବିଜେଡି ପାଇଁ କେତେ ଚାଲେଞ୍ଜ ସୃଷ୍ଟି କରିବେ, ତାହା ଆଗାମୀ ସମୟ କହିବ ।