ବାହା ହେବେ ପ୍ରଜ୍ଞା

ବାହା ହେବେ ପ୍ରଜ୍ଞା

ବାହା ହେବେ ପ୍ରଜ୍ଞା

ଭୁବନେଶ୍ୱର: ତାଙ୍କ ପାଟିରୁ କଥା ବାହାରିଲେ ଲୋକଙ୍କ ମୁହଁରେ ହସ ଫୁଟେ। ହାସ୍ୟ କଳା ମାଧ୍ୟମରେ ବାନ୍ଧି ରଖିଛନ୍ତି ସାରା ଓଡିଶାକୁ। ଓଡ଼ିଶାରେ ଘରେ ଘରେ ଲୋକପ୍ରିୟ ହୋଇ ପାରିଛନ୍ତି ତାଙ୍କ ଅଭିନୟ ମାଧ୍ୟମରେ। ଘରେ ଘରେ ଗୁଲୁଗୁଲା ନାଁରେ ପରିଚିତ ପ୍ରଜ୍ଞା ଏହା ମଧ୍ୟରେ ପଡ଼ ହୋଇଯାଇଛନ୍ତି। ଚଳିତ ମାସ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅନେକ ଓଡିଆ ଫିଲ୍ମ ଓ ଶୋ’ରେ ନିଖୁଣ ଅଭିନୟ କରି ଅନେକ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି ସେ । ଏହା ବାଦ୍ ସେ ଜଣେ ସ୍ନେହୀ ଓ ମିଷ୍ଠ ଭାଷି ମଣିଷ । 

ତେବେ ଚଳିତ ମାସରେ ପ୍ରଜ୍ଞାଙ୍କ ଘରେ ବାଜିବ ସାହାନାଇ । ପ୍ରଜ୍ଞାଙ୍କର ପଡିବ ହାତ  ଗଣ୍ଠି । ହାତକୁ ଦିହାତ ହେବେ  ଓଡିଶାର ଲୋକପ୍ରିୟ ଅଭିନେତା ପ୍ରଜ୍ଞା ରଂଜନ ଖୁଣ୍ଟିଆ । କିନ୍ତୁ କରୋନା ସମୟରେ ପ୍ରଜ୍ଞା ବିବାହ ପାଇଁ କାହିଁକି ନିଷ୍ପତ୍ତି ନେଲେ, ଏନେଇ ତାଙ୍କ  ଫ୍ୟାନ୍ସ ମାନଙ୍କ ମନରେ ପ୍ରଶ୍ନ ଉଠିଛି ।