ବାତ୍ୟା ଖବର: ୨୧ରେ ସାମୁଦ୍ରିକ ଝଡ଼ର ରୂପ ନେବ ଲଘୁଚାପ

ବାତ୍ୟା ଖବର: ୨୧ରେ ସାମୁଦ୍ରିକ ଝଡ଼ର ରୂପ ନେବ ଲଘୁଚାପ

ବାତ୍ୟା ଖବର: ୨୧ରେ ସାମୁଦ୍ରିକ ଝଡ଼ର ରୂପ ନେବ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାମୁଦ୍ରିକ ଝଡ଼ର ରୂପ ନେବ। ଆସନ୍ତା ୨୧ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ।

ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ଲଘୁଚାପ କ୍ଷେତ୍ରଟି ପୂର୍ବ ଓ ଉତ୍ତରପୂର୍ବ ଦିଗକୁ ଗତି କରୁଛି। ପରବର୍ତ୍ତୀ ସମୟରେ ଦିଗ ପରିବର୍ତ୍ତନ କରି ଲଘୁଚାପ କ୍ଷେତ୍ର ୱେଲମାର୍କ ଲଘୁଚାପରେ ପରିଣତ ହୋଇ ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ୍ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।

୨୦ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହୋଇ ୨୧ ତାରିଖ ସୁଦ୍ଧା ଏକ ସାମୁଦ୍ରକି ଝଡ଼ରେ ପରିଣତ ହେବ ବୋଲି ଆଇଏମଡି ଡିଜି ମୁତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ୨୩ ତାରିଖରେ ଏହା ବାଂଲାଦେଶ ଓ ମିଆମାର ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିପାରେ।

ଏହାର ପ୍ରଭାବରେ ଆଣ୍ଡାମାନ ଉପକୂଳରେ ବର୍ଷା ସହ ପବନ ବୋହିପାରେ। କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି। ଏହାର ପ୍ରଭାବରେ ଓଡ଼ିଶାରେ ପବନ କି ବର୍ଷା ବି ହେବନି ବୋଲି ସେ  କହିଛନ୍ତି। ହେଲେ ମତ୍ସ୍ୟ ଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।