ବର୍ଷା- ଅନୁଭବ ମାମଲାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ବର୍ଷା- ଅନୁଭବ ମାମଲାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ବର୍ଷା- ଅନୁଭବ ମାମଲାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

କଟକ: ଡିସେମ୍ବର ୧୯ରେ ହାଇକୋର୍ଟରେ ବ‌ର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ହେବ। ଏ ନେଇ ଆଜି ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ମେ ୨୭ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରଖିବାକୁ ଖଣ୍ଡପୀଠ କହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମେ ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବର୍ଷା-ଅନୁଭବ ପରସ୍ପରକୁ ଆକ୍ଷେପ କରି କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।


ମାମଲାର ବିବରଣୀରୁ ପ୍ରକାଶ ଯେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ବିଭିନ୍ନ ମନ୍ତବ୍ୟ ଦେଇ ତାଙ୍କ ସମ୍ମାନ ହାନି କରୁଛନ୍ତି ବୋଲି ଦର୍ଶାଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୋସିଆଲ ମିଡିଆ ତଥା ଅନ୍ୟ ଗଣମାଧ୍ୟମରେ ଏଭଳି ଅପପ୍ରଚାର ଉପରେ ରୋକ ଲାଗାଇବା ପାଇଁ ବର୍ଷା ଅନୁରୋଧ କରିଛନ୍ତି। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ଓ ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ୟ୍ୟ ମାମଲା ପରିଚାଳନା କରୁଛନ୍ତି।