ବର୍ଷା ଦିନରେ ମେକଅପ ଚିନ୍ତା!

ବର୍ଷା ଦିନରେ ମେକଅପ ଚିନ୍ତା!

ବର୍ଷା ଦିନରେ ମେକଅପ ଚିନ୍ତା!

ଭୁବନେଶ୍ୱର: ମେକଅପ ନେବାକୁ ମହିଳା ମାନେ ବହୁତ ପସନ୍ଦ କରନ୍ତି । ମେକଅପ ନନେଲେ ଯେପରି ତାଙ୍କର କିଛି କମି ରହିଯାଇଛି ବୋଲି ଲାଗେ । କିନ୍ତୁ ବର୍ଷା ଦିନ ଆସିଗଲେ ଚିନ୍ତା ବଢ଼ିଯାଏ । କାରଣ ବର୍ଷା ପାଣି ସଂସ୍ପର୍ଶରେ ଆସିଲେ ମେକଅପ ଛାଡ଼ିଯାଏ । ଏମିତିରେ କେଉଁଭଳି ମେକ୍‌ଅପ୍‌ ନେଲେ ବର୍ଷାଦିନେ ତାହା ଶୀଘ୍ର ଖରାପ ହେବ ନାହିଁ ଜାଣିରଖନ୍ତୁ…

- ଓ୍ବାଟରପ୍ରୁଫ୍‌ ଫାଉଣ୍ଡେଶନ ଏଦିନ ପାଇଁ ସବୁଠୁ ଭଲ ଅପ୍ସନ। କ୍ରିମ୍‌ ଫାଉଣ୍ଡେଶନ୍‌ ନ ଲଗାଇ ଜେଲ୍‌ ବେସ୍‌ ଫାଉଣ୍ଡେଶନ ଲଗାନ୍ତୁ। ମନେରଖନ୍ତୁ ଏଦିନେ ଫାଉଣ୍ଡେଶନ୍‌ ମୋଟା ଲେୟାରରେ ଆଦୌ ନ ଲଗାଇ ପତଳା କରି ଲଗାନ୍ତୁ ଏବଂ ୩ ମିନିଟ୍‌ ଶୁଖିବାକୁ ଛାଡ଼ି ଦିଅନ୍ତୁ।

- ବର୍ଷାଦିନେ ନିଜ ଆଇ ମେକ୍‌ଅପ୍‌କୁ ଲାଇଟ୍‌ ଏବଂ ବୋଲ୍ଡ ରଖିବାକୁ ଚେଷ୍ଟା କରନ୍ତୁ। ଲାଭେଣ୍ଡର, କୋରାଲ ପିଙ୍କ୍‌ ଭଳି ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଏହା ଝାଳ ଲାଗି ବୋଳି ହେଲେ ବି ମେକ୍‌ଅପ୍‌ ଖରାପ ଲାଗି ନ ଥାଏ। ଓ୍ବାଟରପ୍ରୁଫ୍‌ କାଜଲ୍‌, ଲାଇନର୍‌ ଏବଂ ମସ୍କରା ବ୍ୟବହାର କରନ୍ତୁ। ଆଖିର ମେକ୍‌ଅପ୍‌ ଠିକ୍‌ ରହିଲେ ମଧ୍ୟ ମୁହଁ ଆକର୍ଷଣୀୟ ଲାଗିଥାଏ।

- ସେହିପରି ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ ମେଲ୍ଟ ପ୍ରୁଫ୍‌ ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଲିପ୍‌ ଗ୍ଲସ୍‌ ଆଦୌ ଲଗାନ୍ତୁ ନାହିଁ। ଟିଣ୍ଟେଡ୍‌ ଲିପ୍‌ ବାମ୍‌, ମ୍ୟାଟ୍‌ କିମ୍ବା ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର କଲେ ତାହା ବର୍ଷାପାଣି ସଂସ୍ପର୍ଶରେ ଆସିଲେ ମଧ୍ୟ ଶୀଘ୍ର ଧୋଇ ନ ଥାଏ।

- ଯଦି ହଠାତ୍‌ ବର୍ଷା ପାଣିରେ ଭିଜି ମେକ୍‌ଅପ୍‌ ଅଧା ଅଧା ଛାଡ଼ି ପ୍ୟାଚେସ୍‌ ଭଳି ଲାଗୁଥାଏ, ତେବେ ଓ୍ବେଟ୍‌ ଓ୍ବାଇପ୍‌ରେ ପୋଛି ବିବି କ୍ରିମ୍‌ ଲଗାଇ ପାରିବେ।

- ସିମ୍ପଲ୍‌ ହେୟାର ଷ୍ଟାଇଲ୍‌ କରନ୍ତୁ। ନଚେତ୍‌ କମ୍ପ୍ଲିକେଟେଡ୍‌ ହେୟାର ଷ୍ଟାଇଲ୍‌ରେ ବର୍ଷା ପାଣି ପଡ଼ିଲେ ଦୀର୍ଘ ସମୟ ନ ଶୁଖି କେଶ ଖରାପ ହେବା ଆଶଙ୍କା ରହିଛି।