ବର୍ବର : ଇରାନ ବିଦ୍ରୋହର ପ୍ରୋତ୍ସାହକ ସାମ୍ବାଦିକଙ୍କୁ ଫାଶୀ

ବର୍ବର : ଇରାନ ବିଦ୍ରୋହର ପ୍ରୋତ୍ସାହକ ସାମ୍ବାଦିକଙ୍କୁ ଫାଶୀ

ବର୍ବର : ଇରାନ ବିଦ୍ରୋହର ପ୍ରୋତ୍ସାହକ ସାମ୍ବାଦିକଙ୍କୁ ଫାଶୀ
ୱାସିଂଟନ: ଇରାନରେ ୨୦୧୭ ମସିହାରେ ଦେଖାଦେଇଥିବା ଅର୍ଥନୈତିକ ଅବରୋଧକୁ ଅନଲାଇନରେ ପ୍ରୋତ୍ସାହିତ କରି ନିର୍ବାସନ ଦଣ୍ଡ ଭୋଗୁଥିବା ସାମ୍ବାଦିକ ରୁହଲ୍ଲା ଜାମ (୪୭) ଙ୍କୁ ଶନିବାର ସକାଳେ ଇରାନ ସରକାର ଫାଶୀରେ ଚଢ଼ାଇଛନ୍ତି । ପ୍ୟାରିସରେ ରହୁଥିବା ରୁହଲ୍ଲା ଏକ ରହସ୍ୟମୟ ଘଟଣା କ୍ରମେ ତେହେରାନକୁ ଫେରିଥିବା ବେଳେ ତାଙ୍କୁ ଏପରି ଦଶା ଭୋଗିବାକୁ ପଡ଼ିଛି । ଦେଶର ସରକାରୀ ଗଣମାଧ୍ୟମ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛି ଏବଂ ସବିଶେଷ ବିବରଣୀ ଦେବାକୁ ମନା କରିଦେଇଛି । ସୂଚନା ଥାଉ କି, ଗତ ଜୁନରେ ଇରାନର ଏକ ଅଦାଲତ ତାଙ୍କୁ ମୃତୁ୍ୟ ଦଣ୍ଡରେ ଦଣ୍ଡାଦେଶ କରିଥିଲେ । ରୁହଲ୍ଲାଙ୍କର ଅପରାଧ ଇରାନ ସରକାରଙ୍କୁ ଗାଦିଚୁ୍ୟତ କରିବା ପାଇଁ ଉଦ୍ଧିଷ୍ଟ ବୋଲି ଅଦାଲତ କହିଥିଲେ ।