ବନ୍ଦ ହେବ ୫୦ ବ‌ର୍ଷର ପରମ୍ପରା, ବିଲୟ ହେବ ଅମର ଯବାନ ଜ୍ୟୋତି

ବନ୍ଦ ହେବ ୫୦ ବ‌ର୍ଷର ପରମ୍ପରା, ବିଲୟ ହେବ ଅମର ଯବାନ ଜ୍ୟୋତି

ବନ୍ଦ ହେବ ୫୦ ବ‌ର୍ଷର ପରମ୍ପରା, ବିଲୟ ହେବ ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ:  ଇତିହାସ ହୋଇଯିବ  ୫୦ ବର୍ଷର ପରମ୍ପରା।  ଇଣ୍ଡିଆ ଗେଟ୍ରେ ବର୍ଷ ବର୍ଷ ଧରି ଜଳି ଆସୁଥିବା  ଅମର ଯବାନ ଜ୍ୟୋତି ଆଜି ଜାତୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ଜ୍ୟୋତି ସହ  ବିଲୟ ହୋଇଯିବ ।  ଆଗକୁ ଗଣତନ୍ତ୍ର  ଦିବସ ଥିବା ବେଳେ ଏହା ପୂର୍ବରୁ ଆଜି ଦୀର୍ଘ ବର୍ଷର ପରମ୍ପରାର ବିଲୟ ହେବ । ଆଜି ଅପରାହ୍ଣ ୩ଟା୩୦ରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହା ଆୟୋଜିତ ହେବ ବୋଲି ଗତକାଲି ସେନା ତରଫରୁ ସୂଚନା ଦିଆଯାଇଛି।

ପ୍ରଥମ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ପ୍ରାଣ ହରାଇଥିବା ୮୪ ହଜାର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ  ବ୍ରିଟିଶ ସରକାରଙ୍କ ଦ୍ୱାରା ଇଣ୍ଡିଆ ଗେଟ ନିର୍ମିତ ହୋଇଥିଲା। ଏହାପରେ ୧୯୭୧ ମସିହାରେ ଭାରତ- ପାକ୍ ଯୁଦ୍ଧରେ ସହିଦ ହୋଇଥିବା ସୈନିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ଅମର ଯବାନ ଜ୍ୟୋତି ନିର୍ମାଣ କରାଯାଇଥିଲା। ଅପରପକ୍ଷେ, ୧୯୪୭ ମସିହାରୁ ସହିଦ ହୋଇଥିବା ୨୬, ୪୬୬ ଯବାନଙ୍କ ସ୍ମୃତିରେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ମସିହା ଫେବୃଆରୀ ୨୫ରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକର ଉଦ୍ଘାଟନ କରିଥିଲେ। ସେଠାରେ  ସହିଦ ସୈନ୍ୟଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିଛି।

ଜାତୀୟ ଯୁଦ୍ଧ ସ୍ମାରକୀ ଭବନ ଉଦ୍ଘାଟନ ହେବା ପରେ ସମସ୍ତ ସାମରିକ ସମାରୋହ କାର୍ୟ୍ୟକ୍ରମକୁ ଇଣ୍ଡିଆ ଗେଟ୍ ମେମୋରିଆଲରୁ ସେଠାକୁ ସ୍ଥାନାନ୍ତର କରାଯାଇଛି।  ଏହା ସ୍ୱତନ୍ତ୍ର ଭାବେ ଦେଶର ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବାରୁ ଅମର ଯବାନ ଜ୍ୟୋତିକୁ ମଧ୍ୟ ଏହା ସହ ବିଲୟ କରାଯିବ ବୋଲି ସ୍ପଷ୍ଟ କରାଯାଇଛି କୁହାଯାଇଛି। ଏହାକୁ ନେଇ ଦ୍ବିମତ ପ୍ରକାଶ ପାଇଛି। ବହୁ ପୂର୍ବତନ ସେନା ଅଧିକାରୀ ଏହି ବିଲୟକୁ ସମର୍ଥନ କରିଛନ୍ତି। ହେଲେ ଅମର ଯବାନ ଜ୍ୟୋତି ପ୍ରତି ଭାରତୀୟଙ୍କ ହୃଦୟରେ ନିଜ ସ୍ଥାନ ତିଆରି କରିଥିବାରୁ ଏହାର ଏପରି ବିଲୟକୁ ବହୁ ସେନା ଅଧିକାରୀ ନାପସନ୍ଦ ବି କରିଛନ୍ତି।

ନ୍ୟାସନାଲ ଯୁଦ୍ଧ ମେମୋରିଆଲ୍ ହେଉଛି ଦେଶର ଏକମାତ୍ର ସ୍ମାରକ ଯେଉଁଠାରେ  ଦେଶା ସେନା, ନୌ ସେନା ଏବଂ ବାୟୁସେନା ସୈନିକଙ୍କ ନାମ ଗୋଟିଏ ଛାତ ତଳେ ଲିପିବଦ୍ଧ ରହିଛି।