ବଜ୍ରପାତରେ ୨୨ ଗୃହପାଳିତ ପଶୁ ମୃତ

ବଜ୍ରପାତରେ ୨୨ ଗୃହପାଳିତ ପଶୁ ମୃତ

ବଜ୍ରପାତରେ ୨୨ ଗୃହପାଳିତ ପଶୁ ମୃତ

ଗଜପତି: ମହେନ୍ଦ୍ରଗିରି ଶିଖରରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨୨ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛିମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର ନିକଟରେ ଲାବାନ୍ୟଗଡ ଅଞ୍ଚଳର ୧୬ ଟି ମହିଁଷି ଓ ୬ ଟି ଗାଈ ପାହାଡ଼ ଉପରେ ଚରୁ ଥିବା ବେଳେ ବଜ୍ରପାତ ହୋଇଥିଲା। ତେବେ ଘଟଣାସ୍ଥଳରେ ଏକସଙ୍ଗେ ୨୨ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି।

ସେପଟେ ଏଭଳି ଖବର ପାଇ କଇଁପୁର ରାଜସ୍ଵ ନିରୀକ୍ଷକ, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ମୃତ ଗୃହପାଳିତ ପଶୁଗୁଡ଼ିକ କାହାର ସେ ବାବଦରେ ତାଲିକା ପ୍ରସ୍ତୁତ କରାଯାଉଛି। କ୍ଷୟକ୍ଷତି ଦେବା ନେଇ ମଧ୍ୟ ରାଜସ୍ୱ ନିରୀକ୍ଷକ ଆଲୋଚନା କରିଥିବା ଜଣାପଡ଼ିଛି  ।