ଫେବୃଆରୀରେ ତୃତୀୟ ଲହରୀ!

ଫେବୃଆରୀରେ ତୃତୀୟ ଲହରୀ!

ଫେବୃଆରୀରେ ତୃତୀୟ ଲହରୀ!

ମୁମ୍ବାଇ: ଦେଶରେ ବ୍ୟାପିବା ଆରମ୍ଭ କରିଛି କରୋନାର  ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍ । ୪ଟି ରାଜ୍ୟ ଓ ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ପୁରା ଦେଶରେ ଓମିକ୍ରନ୍ ଆତଙ୍କ ।
ଏଭଳି ସ୍ଥିତିରେ ପୂର୍ବରୁ ତୃତୀୟ ଲହର କେବେ ଆସିବ ତାକୁ ନେଇ ସ୍ପଷ୍ଟତା ନଥିବା ବେଳେ ଓମିକ୍ରନ୍ ଯୋଗୁଁ ଭାରତରେ ତୃତୀୟ ଲହର ଫେବୃଆରୀରେ ଆସିବାକୁ ଯାଉଛି ବୋଲି ଏବେଠାରୁ ଗବେଷଣାରୁ ସ୍ପଷ୍ଟ ହେଲାଣି ।
ତେବେ ଆଇଆଇଟି ବମ୍ବେର ଡାଟା ବୈଜ୍ଞାନିକମାନଙ୍କ ଅଧ୍ୟୟନ ଅନୂଯାଇ ଓମିକ୍ରନ୍ ଡେଲଟା ଭ୍ୟାରିଆଣ୍ଟ ଠାରୁ ମଧ୍ୟ ଅଧିକ ସଂକ୍ରାମକ ହୋଇଥିବାରୁ ଏହା ଅତି କ୍ଷୀପ୍ର ଗତିରେ ଭାରତରେ ବ୍ୟାପିଯିବ ଏବଂ ଫେବୃଆରୀ ସୁଦ୍ଧା ଭାରତରେ ତୃତୀୟ ଲହର ଆସିବାର ସମ୍ଭାବନା ବେଶ୍ ଅଧିକ ରହିଛି ।
ତୃତୀୟ ଲହରର ପିକ୍ ସମୟରେ ପ୍ରାୟ ଏକ ଲକ୍ଷରୁ ଦେଢ ଲକ୍ଷ ପର୍ୟ୍ୟନ୍ତ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିବ । ମାତ୍ର ତୃତୀୟ ଲହର ଦ୍ୱିତୀୟ ଲହର ଠାରୁ ସାମନ୍ୟ କମ୍ ପ୍ରଭାବୀ ହେବ ଯାହା ଖୁବ୍ ଶୀଘ୍ର ଭାରତରେ ଆସିବାକୁ ଯାଉଛି । ଏହାସହିତ ଭାରତରେ ଓମିକ୍ରନ୍ ପ୍ରଭାବକୁ ରୋକିବାକୁ ହେଲେ ଲକ୍‌ଡାଉନ୍ ହିଁ ଏକମାତ୍ର ଉପାୟ ବୋଲି ଆଇଆଇଟି ବମ୍ବେ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନରେ ଉଲ୍ଲେଖ କରାଯାଇଛି । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ଚିହ୍ନଟ ହୋଇଥିବା ଏହି ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍ ଏବେ ପୁରା ବିଶ୍ୱରେ ପ୍ରାୟ ୩୦ଟି ଦେଶରେ ବ୍ୟାପିସାରିଲାଣି । ଯାହାକୁ ନେଇ ଏବେ ପୁରା ବିଶ୍ୱ କରୋନାର ନୂଆ ଲହର ସହିତ ଲଢେଇ କରୁଛି।